ସମ୍ବଲପୁର/ଯୁଯୁମୁରା: ଅଙ୍ଗନବାଡି କର୍ମଚାରୀଙ୍କଠାରୁ ୧୩,୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଶନିବାର ଦିନ ସମ୍ବଲପୁର ଜିଲ୍ଲା ଜୟନ୍ତପୁର ସେକ୍ଟର ଅଧୀନରେ ଥିବା ସୁପରଭାଇଜର୍ ସୁଲୋଚାନା ଅର୍କଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ହିତାଧିକାରୀଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଶୀତକାଳୀନ ପୋଷାକ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ପାଇଁ ଅଭିଯୁକ୍ତ ଅର୍କ ଅଙ୍ଗନବାଡି କର୍ମଚାରୀଙ୍କଠାରୁ ଲାଞ୍ଚ ମାଗିଥିଲେ। ଅଙ୍ଗନବାଡ଼ି କର୍ମୀ ଜଣକ ଏ ନେଇ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ। କର୍ମୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ସୁପରଭାଇଜର୍ ସୁଲୋଚାନା ଅର୍କ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଅର୍କଙ୍କ ଠାରୁ ଭିଜିଲ୍ଲାସ ବିଭାଗ ସମ୍ପୂର୍ଣ୍ଣ ଟଙ୍କା ଜବତ କରିଛି। ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିବା ସହିତ ଶ୍ରୀମତି ଅର୍କଙ୍କୁ ଗିରଫ କରିଛି। ଏହା ସହିତ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ଜିଲ୍ଲାର ୨ଟି ସ୍ଥାନରେ ଅର୍କଙ୍କ ସମ୍ପତ୍ତି ଉପରେ ଏକକାଳୀନ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କହାଯାଇଛି।
Follow Us