ଧାନ ଗାଡ଼ି ଛାଡ଼ିଦେଲା ଯୋଗାଣ ବିଭାଗ ସ୍କ୍ବାଡ୍!‌

Advertisment
ବରଗଡ଼ ଜିଲ୍ଲା ପଦ୍ମପୁରର ସହକାରୀ ଯୋଗାଣ ଅଧିକାରୀ ନିଲମ୍ବିତ

ଘଟଗାଁ: ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଚୋରା ଧାନ ବୋଝେଇ ଟ୍ରକ୍‌ ଜବତ କରିବା ପାଇଁ ଯାଇଥିଲା ଯୋଗାଣ ବିଭାଗ ସ୍କ୍ବାଡ୍‌। ହେଲେ ଦଲାଲମାନେ ଗାଡ଼ିରେ ଧାନ ଲୋଡ୍‌ କରି ବାହାରି‌ଲା ବେଳକୁ ସ୍କ୍ବାଡ୍‌ ଖାଇବାକୁ ପଳାଇଲା। ଏହାର ସୁୁଯୋଗ ନେଇ ଦଲାଲ ଧାନ ଗାଡ଼ି ନେଇ ଫେରାର ହୋଇଗଲେ। ଏଭଳି ଅଭିଯୋଗ ଆସିଛି ଘଟଗାଁ ବ୍ଲକ୍‌ ଢେଙ୍କିକୋଟରୁ। ଢେଙ୍କିକୋଟ ଅଞ୍ଚଳରେ ଦଲାଲମାନେ ଚାଷୀଙ୍କୁ ମୋହରା କରି ସେମାନଙ୍କ ନାମରେ ଶହ ଶହ କୁୁଇଣ୍ଟାଲ ଧାନ ବିକ୍ରି କରୁଛନ୍ତି।

ଆଜି ଢେଙ୍କିକୋଟ ଟୋଲଗେଟ୍‌ ନିକଟରେ ଏକ ୧୨ ଚକିଆ ଟ୍ରକ୍‌ରେ ବେଆଇନ ଭାବେ ଧାନ ଲୋଡ୍‌ ହେଉଥିବା ନେଇ ସ୍ଥାନୀୟ ଲୋକେ ଜିଲ୍ଲା ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀଙ୍କୁ ସୂଚନା ଦେଇଥିଲେ। ଯୋଗାଣ ଅଧିକାରୀଙ୍କ ନିର୍ଦେଶକ୍ରମେ ଯୋଗାଣ ବିଭାଗ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଟ୍ରକ୍‌ରେ ୭୦ ଭାଗ ଧାନ ଲୋଡ୍‌ ସରିଥିଲା। ଗାଡ଼ି ପାଖକୁ ନଯାଇ ବିଭାଗୀୟ କର୍ମଚାରୀମା‌ନେ କିଛି ଦୂରରେ ଛକି ରହିଥିଲେ। ଧାନ ବୋଝେଇ ପରେ ଗାଡ଼ି ଗଡ଼ିଲା ବେଳକୁ କର୍ମଚାରୀମାନେ ଖାଇବାକୁ ପଳାଇଲେ।

ଏହାର ସୁଯୋଗ ନେଇ ଦଲାଲମାନେ ଧାନ ଗାଡ଼ି ନେଇ ନିର୍ଦ୍ବନ୍ଦ୍ବରେ ସେଠାରୁ ଖସିଯାଇଛନ୍ତି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସେଠୀଙ୍କୁ ‌ପଚାରିବାରୁ, ସେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସେ କହିଛନ୍ତି।‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe