ଆଖଣ୍ଡଳମଣିରେ ଅମିତ ଶାହାଙ୍କ ପାଇଁ ଓ ପୁରୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ ପାଇଁ ପୂଜାର୍ଚ୍ଚନା କଲେ ସମର୍ଥକ

ଆଖଣ୍ଡଳମଣିରେ ଅମିତ ଶାହାଙ୍କ ପାଇଁ ଓ ପୁରୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ ପାଇଁ ପୂଜାର୍ଚ୍ଚନା କଲେ ସମର୍ଥକ

ପୁରୀ/ ଭଦ୍ରକ : ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶୁଭେଚ୍ଛୁ ଓ ସମର୍ଥକଙ୍କ ତରଫରୁ ଶ୍ରାବଣ ମାସର ସୋମବାରରେ ଆରଡିପୀଠ ବାବା ଆଖଣ୍ଡଳମଣୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଅଖଣ୍ଡ ଦୀପଦାନ କରିଛନ୍ତି। ଏଥିସହ ପୁରୀରେ ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି।

publive-image

ଗତ ରବିବାର ଅମିତ ଶାହ ନିଜେ ଟୁଇଟ ମାଧ୍ୟମରେ ଜଣାଇଥିଲେ ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶାହଙ୍କ ଆରୋଗ୍ୟ କାମନା କରି ଦେଶ ଓ ରାଜ୍ୟର ଅଗଣିତ ଶୁଭେଚ୍ଛୁଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଓ ଦୀପ ଲାଗି କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରାଚୀନ ଓ ପ୍ରସିଦ୍ଧ ଶୈବପୀଠ ଆରଡ଼ି ଧାମରେ ବାବା ଆଖଣ୍ଡଳମଣୀଙ୍କ ପାଖରେ ଅମିତ ଶାହଙ୍କ ଶୁଭେଚ୍ଛୁମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି। ଏହି ଅବସରରେ ସୂର୍ଯ୍ୟବଂଶୀ ସୂରଜଙ୍କ ସମର୍ଥକମାନେ ଦୀପଦାନ କରିବା ସହ ଗୃହମନ୍ତ୍ରୀ ଖୁବ ଶୀଘ୍ର ସୁସ୍ଥ ହୋଇ ନିଜକୁ ପୁନଶ୍ଚ ଦେଶ ସେବାରେ ନିୟୋଜିତ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।

publive-image

ଏପଟେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିବା ପରେ ତାଙ୍କର ସମର୍ଥକ ଆଶୁ ଆରୋଗ୍ୟ ପାଇଁ ପୁରୀରେ ପ୍ରାର୍ଥନା କରିଛନ୍ତି। ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଲେଖିଛନ୍ତି, କୋଭିଡ୍‌ ୧୯ ଲକ୍ଷଣ ଦେଖାଯିବା ପରେ ମୁଁ ଟେଷ୍ଟ କରାଇଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି।

ପ୍ରକାଶିତ ରିପୋର୍ଟ ଅନୁସାରେ ଗୁରୁଗାଁଓସ୍ଥିତ ମେଦାନ୍ତ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ପୂର୍ବରୁ ତାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏକାନ୍ତବାସରେ ଥିଲେ । ତାଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା । ଗତକାଲି ତାହା କରୋନା ପଜିଟିଭ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe