ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ; ୨୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି

ଚଳିତ ମାସରେ ଓଡ଼ିଶାର ୫ଟି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାରେ ଅନ୍ତରୀଣ ଆଦେଶ ଜାରି କରିଛନ୍ତି। ଆଜିର ଶୁଣାଣିରେ ସର୍ବୋଚ୍ଚ ଅଦାଲତ ୨୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲା ଜାରି ୨୨ଟି ଅନ୍ତରୀଣ ଆଦେଶ ମଧ୍ୟରେ ରହିଛି ନୀତି ବିଭ୍ରାଟରେ ଦୋଷୀ ସାବ୍ୟସ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଶ୍ରୀମନ୍ଦିରରେ ଯେଭଳି ସମସ୍ତ ନୀତିକାନ୍ତି ଯେଭଳି ପରମ୍ପରା ଅନୁସାରେ କାର୍ଯ୍ୟକାରୀ ହେବ ସେଥିଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ  ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଏଥିରେ ରାଜ୍ୟ ସରକାର କିମ୍ବା ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

publive-image

ସେହିପରି ଖଣ୍ଡପୀଠ ଶ୍ରୀମନ୍ଦିର ପରିସରରେ ଯେଭଳି ମହିଳାଙ୍କୁ ଅସଦାଚରଣ, ପକେଟମାର ଓ ଛିନ୍‌ତାଇ ଭଳି ଘଟଣା ନ ଘଟେ ସେଥିପ୍ରତି କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଶ୍ରୀଜଗନ୍ନାଥଙ୍କର ଦେଶ ଭିତରେ ଯେତିକି ସମ୍ପତ୍ତି ରହିଛି ତାହାର ଏକ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ।

ଅନ୍ୟପକ୍ଷେରେ ସର୍ବୋଚ୍ଚ ଅଦାଲତ କେତେକ ସଂସ୍କାରମୂଳକ କାର୍ଯ୍ୟଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କର ପାଣ୍ଠିରୁ ୬.୫ କୋଟି ଟଙ୍କା ଦେବା ନେଇ ଘୋଷଣା କରିବା ସହ ଏକ ବିଦ୍ୟାଳୟ ନିର୍ମାଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ଏକ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମଧ୍ୟ କହିଛନ୍ତି ସର୍ବୋଚ୍ଚ ଅଦାଲତ।

ସୁପ୍ରିମକୋର୍ଟ ୬୦,୦୦୦ ଭକ୍ତଙ୍କ ଲାଗି ଏକ ବିଶ୍ରାମଗୃହ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋପରି ଶ୍ରୀମନ୍ଦିରର ସୁପରିଚାଳନା ଲାଗି ଜଣେ ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବା ଉଚିତ ବୋଲି ମାମଲାର ଶୁଣାଣି ସମୟରେ ମତ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe