ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ

Advertisment

ଗାଡ଼ି ଚାଳକ ହଜାରୀ କେତକୀଙ୍କୁ ଆକ୍ରମଣ ଘଟଣା

ଗାଡ଼ି ଚାଳକ ହଜାରୀ କେତକୀଙ୍କୁ ଆକ୍ରମଣ ଘଟଣା

ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ

କେଗାଁ: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗାଁର ଗାଡ଼ି ଚାଳକ ହଜାରୀ କେତକୀଙ୍କୁ ମାସେ ତଳେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ନାରାୟଣ କେତକୀ ନାମକ ଜଣେ ଅଭିଯୁକ୍ତ ତାଙ୍କୁ ଟାଙ୍ଗିଆରେ ଚୋଟ ମାରି ଫେରାର ହୋଇଯାଇଥିଲା। ସେହିଦିନରୁ ହଜାରୀ ଗୁରୁତର ଅବସ୍ଥ‌ାରେ ଚିକିତ୍ସାଧୀନ ଅଛନ୍ତି। ସେତେବେଳେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୭ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ମାସେ ପରେ ବି ତାକୁ ଗିରଫ କରାଯାଇ ନଥିବାରୁ ନର୍ଲା ଡ୍ରାଇଭର ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା।

ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ଦାବି କରି ସୋମବାର ପରିବାର ଲୋକେ ଓ ଡ୍ରାଇଭ ସଂଘ କର୍ମକର୍ତ୍ତା କେଗାଁ ଥାନା ଘେରାଉ କରିଥିଲେ। ଆଇଆଇସି ପ୍ରଶାନ୍ତ କୋଲ୍‌ହରସ ଆନ୍ଦୋଳନକାରୀଙ୍କୁ ଡାକି ବୁଝାସୁଝା କରିଥିଲେ। ତଥାପି ସଂଘ ଜିଦରେ ଅଟଳ ରହିଥିଲା। ଅଭିଯୁକ୍ତକୁ ନ ଧରିବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସଂଘ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe