ଭୁବନେଶ୍ୱର: ଦିଗପହଣ୍ଡିରେ ଦିଗବାରେଣୀ ହେଲେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର। ୪୦ ହଜାର ୪୭୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପିର ପିଙ୍କି ପ୍ରଧାନଙ୍କୁ ଦେଲେ ମାତ୍ ଦେଇ ବିଜୟ ତିଳକ ପିନ୍ଧିଲେ ବିଜେଡି ହେଭିୱେଟ୍ ସୂର୍ଯ୍ୟ ନାରାୟଣ ପାତ୍ର। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ଭରସା ରଖି ପୁରୁଣା ମୁହଁକୁ ଭରସିଥିଲେ ସେଥିରେ ଶତ ପ୍ରତିଶତ ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟ । ଅନ୍ୟପଟେ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୧୩, ବିଜେପି ୨୨ ଏବଂ କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛନ୍ତି। ସେପଟେ ବିଭିନ୍ନ ଆସନରେ ବୃହତ ଭୋଟ୍ ବ୍ୟବଧାନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛ।
ଦିଗପହଣ୍ଡିରେ ପୁଣି ସୂର୍ଯ୍ୟକିରଣ ଚମକିଲା, ହାରିଲେ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ
Advertisment
Follow Us