ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ଖବର ପାଇ ଶବଦାହ ପ୍ରସ୍ତୁତିକୁ ବନ୍ଦ କଲା ପୁଲିସ

ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁପଦର ଗାଁରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକ ତରବରିଆ ଭାବେ ମୃତକଙ୍କ ଶବକୁ ଦାହ କରିବା ପାଇଁ ଉଦ୍ୟମ ଚଳାଇଥିବା ‌ବେଳେ ପୁଲିସ ପହଞ୍ଚି ଏହାକୁ ବନ୍ଦ କରିଥିଲା। ବିଲୁପଦରର ଅନାଦି ଦିଗାଲ ଓ ତାଙ୍କ ମଝିଆ ପୁଅ ମିଶି ଘର ବାହାରକୁ ଯାଇଥିଲେ। ପୁଅ ଘରକୁ ଫେରିଥିବା ବେଳେ ଅନାଦିଙ୍କ ଖୋଜଖବର ମିଳି ନଥିଲା।

ଆଜି ସକାଳେ ଏକ ମନ୍ଦିର ନିକଟରୁ ଅନାଦିଙ୍କ ମୃତ ‌ଦେହ ମିଳିଥିଲା। ପରିବାର ଲୋକ ଏନେଇ କିଛି କହି ନଥିଲେ। ହେଲେ ଅନାଦିଙ୍କୁ ପୁଅ ହତ୍ୟା କରିଛି ବୋଲି କିଛି ଗ୍ରା‌ମବାସୀ ଅଭିଯୋଗ କରିଥିଲେ। ଏ ନେଇ ପୁଲିସକୁ ଖବର ଦେଇଥିଲେ। ପରିବାର ଲୋକ କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଯୋଗା‌ଡ କରି ଅନାଦିଙ୍କ ମୃତ ଦେହକୁ ଦାହ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ପୁଲିସ ପହଞ୍ଚି ଏହାକୁ ବନ୍ଦ କରିଥିଲା। ମୃତଦେହକୁ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା‌ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଆଇଆଇସି ପି.ଶ୍ୟାମସୁନ୍ଦର ରାଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe