ମୁମ୍ବାଇରେ କେନ୍ଦୁପାଲି ଗ୍ରାମର ଯୁବ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ

ଗାଁକୁ ଫେରିଲା ଶବ, ଶୋକାକୁଳ ପରିବେଶ

ମୁମ୍ବାଇରେ କେନ୍ଦୁପାଲି ଗ୍ରାମର ଯୁବ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମର ଯୁବ ଇଲେକ୍ଟ୍ରିକାଲ ଇଞ୍ଜିନିୟର୍ ରଶ୍ମି ମେହେରଙ୍କ ମୁମ୍ବାଇ ଥାଣେ ଅଞ୍ଚଳରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସୂଚନାନୁସାରେ କେନ୍ଦୁପାଲି ଗାଁର ଦୀନବନ୍ଧୁ ମେହେରଙ୍କ ପୁଅ ରଶ୍ମି ମୁମ୍ବାଇରେ ଟାଟା ପାୱାରରେ ଇଞ୍ଜିନିୟର୍ ଭାବେ କାର୍ଯ୍ୟ କରୁଥିଲେ। ସେ ଥାଣେ ଅଞ୍ଚଳରେ ରହୁଥିଲେ। ତେବେ ଶନିବାର ଦିନ ଘରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକେ ମୁମ୍ବାଇରେ ପହଞ୍ଚିବା ପରେ ଘର ଭିତରେ ରଶ୍ମିଙ୍କ ଶବ ଦେଖିଥିଲେ।

ଏ ନେଇ ଥାଣେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏଥି ସହ ପୁଲିସ୍‌ ରଶ୍ମିଙ୍କ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଜାରି ରଖିଛି। ସେପଟେ ପରିବାର ଲୋକେ ମୁମ୍ବାଇରୁ ବିମାନ ଯୋଗେ ଶବ ନେଇ ସୋମବାର ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କେନ୍ଦୁପାଲିକୁ ଫେରିଥିଲେ। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବୁରୋଘାଟ ମହାନଦୀ ସ୍ୱର୍ଗଦ୍ବାରରେ ଶେଷକୃତ୍ୟ କରାଯାଇଥିବା ବେଳେ ପୁତୁରା ଓମ୍‌ପ୍ରକାଶ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe