Image Courtesy of NDTV
ଡୁଙ୍ଗୁରିପାଲି/ଏସ୍. ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ୍. ରାମପୁର ଥାନା ଜୀବନଦାଦର ଗ୍ରାମର ହୃଷୀକେଶ ଭୁଏ(୪୮)ଙ୍କର ସୋମବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତା’ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ।
ତେବେ ଡାକ୍ତର ତା’ଙ୍କୁ ମୃତ ଘୋଷଣା କରି ରାମପୁର ଥାନାକୁ ସୂଚନା ଦେଇଥିଲେ। ରାମପୁର ପୁଲିସ ଡୁଙ୍ଗୁରିପାଲି ଡାକ୍ତରଖାନାରୁ ହୃଷୀକେଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଥିଲେ। ଟ୍ରାକ୍ଟରରୁ ଖସିପଡ଼ି ହୃଷୀକେଶଙ୍କର ମୃତ୍ୟୁ ହୋଇଥିବା ଗ୍ରାମରେ ଆଲୋଚନା ହେଉଛି। ତେବେ ଏସ୍. ରାମପୁର ଥାନା ଆଇଆଇସି ରଞ୍ଜିତ ସାହୁଙ୍କୁ ପଚାରିବାରୁ ରାତି ୮ଟା ସୁଦ୍ଧା କେହି ରିପୋର୍ଟ କରିନାହାନ୍ତି ବୋଲି ‘ସମ୍ବାଦ’କୁ କହିଛନ୍ତି। ପୁଲିସ ୭/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଥାନା ଏଏସଆଇ ସୁରୁଞ୍ଚି ସେଠୀ ଘଟଣାର ତଦନ୍ତକାରୀ ଅଧିକାରୀ ଅଛନ୍ତି।
Follow Us