ଏସ୍‌ଭି ନିର୍‌ତାର୍‌ ରାସ୍ତା ଶୋଚନୀୟ, ଦୁର୍ଦ୍ଦଶା ଭୋଗୁଛନ୍ତି ଦିବ୍ୟାଙ୍ଗ ରୋଗୀ

ଏସ୍‌ଭି ନିର୍‌ତାର୍‌ ରାସ୍ତା ଶୋଚନୀୟ, ଦୁର୍ଦ୍ଦଶା ଭୋଗୁଛନ୍ତି ଦିବ୍ୟାଙ୍ଗ ରୋଗୀ

Sambad

କଣ୍ଟାପଡ଼ା: କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ୍‌ ଓଲଟପୁରସ୍ଥିତ ଏସ୍‌ଭି ନିର୍‌ତାର୍‌ ନିକଟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଥିଯୋଗୁଁ ଉକ୍ତ ଅନୁଷ୍ଠାନକୁ ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ଆସୁଥିବା ଦିବ୍ୟାଙ୍ଗ ରୋଗୀମାନେ ଦୁର୍ଦ୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି। ପ୍ରକାଶଥାଉ କି, ରାଜ୍ୟ ତଥା ଓଡ଼ିଶା ବାହାର ବହୁ ସଂଖ୍ୟାରେ ଦିବ୍ୟାଙ୍ଗ ରୋଗୀ ଚିକିତ୍ସା ପାଇଁ ଏସ୍‌ଭି ନିର୍‌ତାର୍‌କୁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ଦିବ୍ୟାଙ୍ଗ ସ୍ଥାନୀୟ ଅଞ୍ଚଳରେ ଘରଭଡ଼ା ନେଇ ରହୁଛନ୍ତି। ସେମାନେ ହ୍ବିଲ୍‌ ଚେୟାର୍‌ରେ ନିଜ ସମ୍ପର୍କୀୟଙ୍କ ସହ ଏସ୍‌ଭି ନିର୍‌ତାର୍‌କୁ ଚିକିତ୍ସା ପାଇଁ ଆସିଥା’ନ୍ତି। ହେଲେ, ଏସ୍‌ଭି ନିର୍‌ତାର୍‌ ସମ୍ମୁଖ ରାସ୍ତା ଅବହେଳିତ ଅବସ୍ଥାରେ ପଡ଼ି ରହିଥିବାରୁ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି।

ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ଖାଲଖମା ସୃଷ୍ଟି ହୋଇଛି। ବର୍ଷା ପରେ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ୁଛି। ଏ ସମ୍ପର୍କରେ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଛି। ହେଲେ, ରାସ୍ତା ନିର୍ମାଣ କରାଯାଉ ନ ଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe