‘ମଧୁବାବୁଙ୍କ ଆଦର୍ଶ‌ରେ ଅନୁପ୍ରାଣୀତ ହେଲେ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ’

Advertisment

ଖୋର୍ଦ୍ଧା ସମ୍ବାଦ ଜିଲ୍ଲା କାର୍ଯ୍ୟାଳୟରେ ସ୍ୱାଭିମାନ ଜୟନ୍ତୀ

ଖୋର୍ଦ୍ଧା ସମ୍ବାଦ ଜିଲ୍ଲା କାର୍ଯ୍ୟାଳୟରେ ସ୍ୱାଭିମାନ ଜୟନ୍ତୀ

‘ମଧୁବାବୁଙ୍କ ଆଦର୍ଶ‌ରେ ଅନୁପ୍ରାଣୀତ ହେଲେ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ’

Sambad

ଖୋର୍ଦ୍ଧା: ମଧୁସୂଦନ ଦାସ ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ତାଙ୍କର ଜୀବନର ପ୍ରତିଟି ସଂଘର୍ଷ ଓଡ଼ିଆ ଜାତିର ଗୌରବ ଓ ସମ୍ମାନର ରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ଜୀବନର ଅନ୍ତିମ ମୁହୂର୍ତ୍ତରେ ମଧ୍ୟ ଜଣେ ଓଡ଼ିଆ ହୋଇ ଲୋକଙ୍କ ମାନସପଟ୍ଟରେ ରହିବାକୁ ଚାହିଁଥିଲେ। ଏଭଳି ବ୍ୟକ୍ତିତ୍ୱ ବାସ୍ତବରେ ବିରଳ। ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଲେ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଆଜି ଜିଲ୍ଲା ‘ସମ୍ବାଦ’ କାର୍ଯ୍ୟାଳୟରେ ମଧୁବାବୁଙ୍କ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳନ ଅବସରରେ ଓଡ଼ିଆ ଜାତିକୁ ମଧୁବାବୁଙ୍କ ଅବଦାନ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଅତିଥି ଓ ବକ୍ତାମାନେ ମତ ଦେଇଛନ୍ତି। ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଭୀମସେନ ପ୍ରଧାନ, ଡଃ. ବୃନ୍ଦାବନ ପଣ୍ଡା, ଶିବସୁନ୍ଦର ପଟ୍ଟନାୟକ, ଅଧ୍ୟାପକ ଅଶୋକ କୁମାର ରାୟସିଂହ, ରାଜକିଶୋର ବଳିଆରସିଂହ, ଡଃ. ପ୍ରମୋଦ କୁମାର ଦାଶ ଓ ସଭାପତି ଶ୍ରୀ ବଳିଆରସିଂହ ମଧସୂଦନ ଦାସଙ୍କ ସମ୍ପର୍କରେ ଆଲୋଚନା କରି ସୁପ୍ତ ଓଡ଼ିଶାକୁ ଜାଗ୍ରତ କରିବାକୁ ଆଜୀବନ ସଂଘର୍ଷ କରିଥିବା ମଧୁବାବୁ ଓଡ଼ିଆ ଜାତିର ବାସ୍ତବ କୁଳବୃଦ୍ଧ ଓ ଉକ୍ରଳ ଗୌରବ ଅଟନ୍ତି ବୋଲି ମତ ଦେଇଥିଲେ।

ଆଲୋଚନା ଆରମ୍ଭରେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହି ଅବସରରେ ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ସାହିତ୍ୟଘରର ସମ୍ପାଦକ କବି ଗୋବିନ୍ଦଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। ଏଥିରେ, ଦିବ୍ୟଲୋଚନ ଭାରିମଲ୍ଲ, ଅନିରୁଦ୍ଧ ମହାନ୍ତି, କୌଳାସ ଚନ୍ଦ୍ର ପୃଷ୍ଟି, ବିକ୍ରମ କେଶରୀ ଚମ୍ପତ୍ତି, ଶାନ୍ତିଲତା ଦେବୀ, ତାପସ ରାୟସିଂହ, ଇତିଶ୍ରୀ ସାହୁ, ଖୋର୍ଦ୍ଧା ସାହିତ୍ୟ ଘରର ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, ସୌଭାଗ୍ୟ କୁମାର କର, ଡଃ. ନୀଳାଦ୍ରୀ ନାଥ ଜଗଦେ୍ଦବ, ବିଦ୍ୟାଧର ଲେଙ୍କା, ପଣ୍ଡିତ ବାସୁଦେବ ସାହୁ, ବଂଶିଧର ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କୋଷାଧ୍ୟକ୍ଷ ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ। ଜ୍ୟୋତିରଂଜନ ସାହୁ, ‘ସମ୍ବାଦ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଲମ୍ବୋଦର ପ୍ରସାଦ ଦାଶ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe