ପୌରାଞ୍ଚଳରେ ସ୍ବଚ୍ଛ ଭାରତ ମିଶନର ବିକଳ ଚିତ୍ର: ପାଇଖାନା ନ ଥିବା‌ ୩୦୦ ପରିବାରର ଗାଁ ତେନ୍ତୁଳିଗୁଡା

Advertisment

ଆବାସ ଯୋଜନାରେ ନାହିଁ ପାଇଖାନା, ରାତି ପାହିଲେ ଶୌଚପାଇଁ ନଦୀ ପଠାକୁ ଯାଉଛନ୍ତି ଲୋକେ

ଆବାସ ଯୋଜନାରେ ନାହିଁ ପାଇଖାନା, ରାତି ପାହିଲେ ଶୌଚପାଇଁ ନଦୀ ପଠାକୁ ଯାଉଛନ୍ତି ଲୋକେ

ପୌରାଞ୍ଚଳରେ ସ୍ବଚ୍ଛ ଭାରତ ମିଶନର ବିକଳ ଚିତ୍ର: ପାଇଖାନା ନ ଥିବା‌ ୩୦୦ ପରିବାରର ଗାଁ ତେନ୍ତୁଳିଗୁଡା

ଜୟପୁର: ସ୍ବଚ୍ଛ ଭାରତ ମିଶନର ବିକଳ ଚିତ୍ର। ବାହ୍ୟ ମଳମୁକ୍ତ ସହର ନାରା କେବଳ କାଗଜପତ୍ରରେ ଲମ୍ବିଛି। ପରିଂସଖାନ ପରେ ପରିସଂଖ୍ୟାନ ବୃଦ୍ଧି ପାଉଥିଲେ ବି ବାସ୍ତବ ଚିତ୍ର କିନ୍ତୁ ଅଲଗା। ପୌରପାଳିକା ଅଧୀନରେ ଗାଁ ରହିଥିଲେ ବି ଏବେ ଯାଏଁ ପାଇଖାନଟିଏ ବସିପାରିନାହିଁ। କେବେ ବସିବ ତାହା ମଧ୍ୟ ଜଣାନାହିଁ।  କୋରାପୁଟ ପୌରପାଳିକା ଅଧୀନ ରହିଛି ୧୬ ନମ୍ବର ୱାର୍ଡ। ଏହି ୱାର୍ଡର ତେନ୍ତୁଳିଗୁଡା ଗାଁରେ କେଉଁ ଆଦୀମ କାଳରୁ ରହିଆସୁଛନ୍ତି ୩୦୦ଟି ପରିବାର। ୨୦୦୦ରେ ଏହି ଗାଁକୁ ‌କୋରାପୁଟ ପ‌ୌରପାଳିକା ଅଧୀନରେ ମିଶାଯାଇଥିଲା। ପରେ ୨୦୦୯ରେ ହୋଇଥିବା ୱାର୍ଡ ସଂପ୍ରସାରଣରେ ଏହି ଗାଁକୁ ୧୪ ନମ୍ବର ୱାର୍ଡରେ ରଖାଯାଇଥିଲା। ୨୦୧୩ରେ ହୋଇଥିବା ସଂପ୍ରସାରଣରେ ଏହାକୁ ୧୬ ନମ୍ବର ୱାର୍ଡରେ ରଖାଯାଇଥିଲା। ସେହିସମୟରେ ମାତ୍ର କେଇ ଘର ରହୁଥିବାବେଳ‌େ ଏବେ ଗାଁ ଧୀରେ ଧୀରେ ବଢି ୩୦୦ଟି ପରିବାର ରହୁଛନ୍ତି।‌ ଏବେ ବାହ୍ୟସ୍ଥାନରେ ମଳ ତ୍ୟାଗ କରି ‌ରୋଗକୁ ଡାକି କରି ଘରକୁ ଆଣୁଛନ୍ତି। ଏହାସହ ଏହି ଗାଁରେ ୧୭ରୁ ଅଧିକ ଆବାସ ଯୋଜନାରେ ଘର ଦିଆଯାଇଛି। ନିୟମ ଅନୁସାରେ ଆବାସ ଯୋଜନାର ଶେଷ ଅର୍ଥ ଆସିବା ପୂର୍ବରୁ ପ୍ରଶାସନ ଲାଟିନ ତିଆରି ହୋଇଛି କି ନାହିଁ ଦେଖିବେ। ଏହାପରେ ଜିଓ ଟ୍ୟାଗିଂ ଫଟୋ ଅପଲୋଡ କରିବା ପରେ ହିତାଧିକାରୀଙ୍କୁ ଅର୍ଥ ଆସିଥାଏ। କିନ୍ତୁ ଗାଁର କୌଣସି ବି ଆବାସ ଘରେ ଲାଟିନ ତିଆରି ହୋଇନ ଥିବାବେଳେ କିପରି ଆବାସ ଯୋଜନାରେ ପୁରା ଅର୍ଥ ହିତାଧଇକାରୀଙ୍କୁ ଆସିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

publive-image

ସବୁଠୁ ବଡ କଥା ହେଲେ ୨୦୧୪ରୁ ୨୦୨୧ ହେଲାଣି ଏବେ ଯାଏ ଏହି ଗାଁକୁ ସରକାରଙ୍କର ପାଇଖାନାଟିଏ ଯୋଗାଣ ନ ହେବା ସାଧାରଣରେ ନାନା ପ୍ରଶ୍ନ ଉଠିଛି। ୩୦୦ ପରିବାର ବିଶିଷ୍ଟ ଏହି ଗାଁଟି ପୌରପାଳିକା ଅଧୀନରେ ଯାଉଥିବାବେଳେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ପିଲାଠୁ ବୁଢା ସବୁଗାଁ ଦେଇ ଯାଇଥିବା ପାହାଡିଆ ନଦୀକୁ ଶୌଚ ପାଇଁ ଯାଆନ୍ତି। ରୋଗ ବୈରାଗ ପଡୁଥିବା ବୃଦ୍ଧବୃଦ୍ଧା ମଧ୍ୟ ନାହିଁ ନଥିବା ହଇରାଣ ହେଉଥିବାବେଳେ ଛୋଟ ଛୋଟ ଶିଶୁମାନେ ମଧ୍ୟ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ୨୦୧୪ରେ ମୋଦି ସରକାର କେନ୍ଦ୍ରରେ ଶାସନକୁ ଆସିବାପରେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଥିଲେ। ମହାତ୍ମା ଗାନ୍ଧିଙ୍କ ଚଷମାକୁ ବ୍ୟବହାର କରି ସ୍ବଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା। ଏହାପରେ ପ୍ରତି ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ମଧ୍ୟ ପାଇଖାନା ନିର୍ମାଣକୁ ନେଇ ତନାଘନା ହୋଇଥିଲା। ସରକାରୀ ଘୋଷଣା କେବଳ ଘୋଷଣାରେ ରହିଯାଇଛି। ଗରିବ ଆଦିବାସୀ ଲୋକଙ୍କୁ ପାଇଖାନାଟିଏ ମିଳୁ ନ ଥିବାରୁ ସେମାନେ ବାହାରକୁ ମଳ ତ୍ୟାଗକୁ ଯାଇ ନାନା ରୋଗରେ ପଡୁଛନ୍ତି। ଯେଉଁ ଉଦ୍ଧ‌େଶ୍ୟ ନେଇ ଏହି ମିଶନ ଆରମ୍ଭ ହୋଇଥିଲା ତାହା ଏବେ ବାଟ ହୁଡିଛି। ଏହି ମିଶନ ଅଧୀନରେ ରହିଥିବା‌ ଇଣ୍ଡିଭିଜୁଆଲ ହାଉସହୋଲ୍ଡ ଲାଟ୍ରିନ (ଆଇଏଚଏଚଏଲ) ମଧ୍ୟ ଏହି ଲୋକଙ୍କୁ ମଧ୍ୟ ଯୋଗାଣ ହୋଇନି।

publive-image

ରାଧିକା ମିସ୍ତିଙ୍କ କହିବା ଅନୁସାରେ ଲାଜ ଓ ସରମ ଗୋଟିଏ ପଟେ ଦେହ ଗୋଟିଏ ପଟରେ ରହିଛି। ମଳକୁ ପେଟରେ ରଖି ରୋଗକୁ କିଣିବା ଅପେକ୍ଷା ବାହାରକୁ ଯାଉଛୁ। କୋରାପୁଟ ପୌରପାଳିକାକୁ ଏନେଇ କେତେ ଥର ଜଣାଇଛୁ। ହେଲେ ପ୍ରଶାସନ ଶୁଣୁଛି ନା ଆମ ନିକଟରେ ପଇସା ଅଛି ଯେ ଆମେ ତିଆରି କରିବୁ। ତେଣୁ ଲାଜକୁ ଛାଡି ନଦୀ ପଠାକୁ ଶୌଚ ପାଇଁ ଯାଉଛୁ।

ଗାଁର ସୁରେଶ ମିସ୍ତି କହିଛନ୍ତି ଯେ, ନାମକୁ ମାତ୍ର ପୌରପାଳିକାରେ ମିଶିଛୁ। ଏହି ୧୬ ନମ୍ବର ୱାର୍ଡରେ ଆମକୁ କୌଣସି ସୁବିଧା ମିଳୁନାହିଁ। କହି କହି ଥକିବା ପରେ ଏବେଯାଏ ଲାଟିନ ଟିଏ ମିଳିପାରିଲାନାହିଁ। ସବୁ କୂଲିଭୂତି ଓ ଚାଷବାସ କରୁଥିବାରୁ ଅର୍ଥର ଅଭାବ ହୋଇଥାଏ ତେଣୁ ନିଜ ଖର୍ଚ୍ଚରେ ଲାଟିନ ତିଆରି କରିପାରୁନାହୁଁ।

ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ କହିଛନ୍ତି, ତେନ୍ତୁଳିଗୁଡା ପ୍ରତି ସହରାଞ୍ଚଳରେ ଆଇଏଚଏଚଏଲ ଓ କିମ୍ବା ଗୋଷ୍ଠୀ ଶୌଚାଳୟ ଦିଆଯିବା କଥା। କିନ୍ତୁ ଏହି ଗାଁକୁ କାହିଁକି ଯୋଗାଣ ହୋଇନାହିଁ ତାହାର ତଦନ୍ତ କରାଯିବ।ଏହା ସହ କିପରି ସେମାନଙ୍କୁ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ପ୍ରଦାନ କରାଯିବ ସେଥି ପ୍ରତି ବିଶେଷ ଦୃଷ୍ଟି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe