ଖୋର୍ଦ୍ଧା ‘ସମ୍ବାଦ’ ଜିଲ୍ଲା କାର୍ଯ୍ୟାଳୟରେ ସ୍ୱାଭିମାନ ଦିବସ ପାଳିତ

Advertisment
ଖୋର୍ଦ୍ଧା ‘ସମ୍ବାଦ’ ଜିଲ୍ଲା କାର୍ଯ୍ୟାଳୟରେ ସ୍ୱାଭିମାନ ଦିବସ ପାଳିତ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ‘ସମ୍ବାଦ’ ଜିଲ୍ଲା କାର୍ଯ୍ୟାଳୟରେ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଉପଲକ୍ଷେ ଆଜି ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ ସାହିତ୍ୟଘରର ସଦସ୍ୟଙ୍କ ସହ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳର କବି, ଲେଖକ, ପ୍ରାବନ୍ଧିକଗଣ ଯୋଗ ଦେଇଥିଲେ। ‘ସମ୍ବାଦ’ ସାହିତ୍ୟଘରର ଖୋର୍ଦ୍ଧା ଶାଖା ସଭାପତି ସତ୍ୟବାଦୀ ବଳିଆରସିଂହ ଏହାର ଅଧ୍ୟକ୍ଷତା କରିଥିଲେ। ସଭା ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଉତ୍କଳ ଗୌରବଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ସାହିତ୍ୟିକ ଶିବ ସୁନ୍ଦର ପଟ୍ଟନାୟକ ବକ୍ତାଭାବେ ଯୋଗ ଦେଇ ମଧୁବାବୁଙ୍କ ଜୀବନୀ, ପୁରୀ ଜଗନ୍ନାଥ ମନ୍ଦିର ଓ ସତ୍ୱାଧିକାରକୁ ନେଇ ଉଲ୍ଲେଖନୀୟ ଆଇନ ଲଢ଼େଇ, ଓଡ଼ିଆ ଭାଷା ଓ ଓଡ଼ିଆଙ୍କ ଏକତ୍ରୀକରଣ ପାଇଁ ସଂଗ୍ରାମ ଆଦି ଉଲ୍ଲେଖନୀୟ ଘଟଣା ସମ୍ପର୍କରେ ଆଲୋଚନା କରି ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ସେ ନେଇଥିବା ପଦକ୍ଷେପ ଆଲୋକବର୍ତିକା ସାଦୃଶ୍ୟ ବୋଲି କହିଥିଲେ।

ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ମଧୁବାବୁଙ୍କ ସମ୍ପର୍କିତ କବିତା ପାଠ ହୋଇଥିଲା। ଏଥିରେ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଜ୍ୟୋତିପ୍ରଭା ପଟ୍ଟନାୟକ, ଶାନ୍ତିଲତା ଦେବୀ, ରାଜ କିଶୋର ବଳିଆରସିଂହ, କୈଳାସ ଚନ୍ଦ୍ର ପୃଷ୍ଟି, ଦିବ୍ୟଲୋଚନ ଭାରିମଲ୍ଲ, ଗୟାପ୍ରସାଦ ମିଶ୍ର, ଅନିରୁଦ୍ଧ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଜ୍ୟୋତିରଂଜନ ସାହୁ, ନାରାୟଣ ଦାସ, ବିଳାସିନୀ ଦାଶ, ବୃନ୍ଦାବନ ପଣ୍ଡା, ସୌଭାଗ୍ୟ କୁମାର କର, ନୀଳାଦ୍ରିନାଥ ଜଗଦେବ ପ୍ରମୁଖ କବିତା ପାଠ କରିଥିଲେ। ସମାଜସେବୀ ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ’ ଜିଲ୍ଳା ପ୍ରତିନିଧି ଲମ୍ବୋଦର ପ୍ରସାଦ ଦାଶ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe