ବିଭିନ୍ନ ଦାବି ନେଇ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତୀକ ଧାରଣା

Advertisment
ବିଭିନ୍ନ ଦାବି ନେଇ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତୀକ ଧାରଣା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆଜି ସ୍ବାସ୍ଥ୍ୟକର୍ମୀମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛିନ୍ତି । ସ୍ବାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବା ପ୍ରଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥଇବା ସ୍ବାସ୍ଥ୍ୟକର୍ମୀମାନେ ଚାକିରି ଜନିତ କେତେକ ଅସଙ୍ଗତି ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି।

ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନଥିବା କହିଛନ୍ତି।ତେଣୁ ଏହାର ପ୍ରତିବାଦରେ ଆଜି ସକାଳ ୮ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବସି ଧାରଣା ଦିଆଯାଇଛି । ଆଜି ରୋଗୀ ସେବାକୁ ଅବହେଳା ନକରି ପ୍ରତୀକ ଧାରଣା ଦିଆଯାଇଥିବା କୁହାଯାଇଛି । ଓଡିଶା ନର୍ସ କର୍ମଚାରୀ ସଂଘର ସଭାପତି ଭାରତୀ ବେହେରା କହିଛନ୍ତି ଯେ  ସରକାର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଅଣଦେଖା କରିଆସୁଛନ୍ତି । ସ୍ବାସ୍ଥ୍ୟକର୍ମୀମାନେ  କରୋନା ଠାରୁ ଆରମ୍ଭ କରି ବନ୍ୟା,ବାତ୍ୟା ଆଦି ସମୟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା  ସୁଶ୍ରୁଷା କରିଛନ୍ତି,  ହେଲେ ସେମାନଙ୍କର ସମସ୍ୟା ସରକାର ବୁଝନ୍ତି ନାହିଁ । ମୂଳ ଦରମାର ସଂଶୋଧନ  ଠାରୁ ଆରମ୍ଭ କରି ଠିକା ନିଯୁକ୍ତିକୁ ମିଶାଇ ୧୦ ବର୍ଷର ଏମଏସିପି ପ୍ରଦାନ,ନର୍ସିଂ ସ୍କିମରେ ଚାକିରି କରୁଥିବା ଆରବିଏସକେ ଷ୍ଟାଫ ନର୍ସମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ ସହିତ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଠିକାଦାର ଭାବେ ନିଯୁକ୍ତି ପାଇଥିବା ନର୍ସମାନଙ୍କୁ ଏଣିକି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ନେଇ ଏହି ପ୍ରତିବାଦ କରାଯାଉଛି।ଏସବୁ ସତ୍ତ୍ବେ ଯଦି ସରକାର ସମସ୍ୟାର ସମାଧାନ ନକରନ୍ତି ,ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe