ବଦଳୁଛି କୁଜଙ୍ଗ ଚିତ୍ର, ପୁରୁଣା କୁଜଙ୍ଗ ତହସିଲ କୋଠା ହେବ ସଂଗ୍ରହାଳୟ

Advertisment
ବଦଳୁଛି କୁଜଙ୍ଗ ଚିତ୍ର, ପୁରୁଣା କୁଜଙ୍ଗ ତହସିଲ କୋଠା ହେବ ସଂଗ୍ରହାଳୟ

Sambad

ଜଗତସିଂହପୁର/କୁଜଙ୍ଗ: କୁଜଙ୍ଗର ଚିତ୍ର ବଦଳିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳୁଥିବା ବେଳେ ବର୍ତ୍ତମାନ ପୁରୁଣା କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ସଂଗ୍ରହାଳୟ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାଦ୍ବାରା ଅଞ୍ଚଳର ବୁଦ୍ଧିଜୀବୀମାନେ ଦୀର୍ଘଦିନ ହେଲା କରି ଆସୁଥିବା ଦାବି ଜିଲ୍ଲା ପ୍ରଶାସନର ପ୍ରୟାସ ଯୋଗୁଁ ଏହା ସଫଳ ହୋଇଛି। କୁଜଙ୍ଗ ସହ ସମଗ୍ର ଜିଲ୍ଲା ପାଇଁ ଏହା ଖୁସିର ବିଷୟ ପାଲଟିଛି। ଏ ନେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଗତକାଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଚିଠି ଲେଖି ସଂଗ୍ରହଳାୟ ପାଇଁ ସବୁଜ ସଙ୍କେତ ପ୍ରଦାନ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଗତ ମାସ ୮ ତାରିଖରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଏହି ସଂଗ୍ରହାଳୟ ପାଇଁ ଦାବି କରିଥିଲେ। ସିଏସ୍‌ଆର/ଡିଏମ୍ ଫଣ୍ତ ଦ୍ବାରା ୬ମାସ ମଧ୍ୟରେ ଏହି ପୁରୁଣା ତହସିଲ କାର୍ଯ୍ୟାଳୟରେ ମରାମତି ସହ ଏହାକୁ ସଂଗ୍ରହାଳୟ ପାଇଁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିଛି। କୁଜଙ୍ଗରେ ସଂଗ୍ରହାଳୟ ସ୍ଥାପନ ହେଉଥିବାରୁ ଅଞ୍ଚଳବାସୀ ଏଥିପାଇଁ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି। କେବଳ ସେତିକି ନୁହେଁ କୁଜଙ୍ଗର ନୂତନ କୋର୍ଟ ବିଲଡିଂ ପାଇଁ ସଂଯୋଗୀକରଣ ରାସ୍ତାକୁ ମଧ୍ୟ ଅନୁମତି ମିଳିଛି। ଏହାସହ ନୂତନ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ, ଭୂତମୁଣ୍ଡାଇ ହାଇସ୍କୁଲକୁ ଅତ୍ୟାଧୁନିକ ସ୍କୁଲ ଭାବେ ରୂପାନ୍ତରିତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ନବନିର୍ମିତ କୁଜଙ୍ଗ କୋର୍ଟ ପରିସରକୁ ଆପ୍ରୋଚିଂ ରୋଡ୍ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରି ଏଥିନମିନ୍ତେ ଆବଶ୍ୟକ ୦.୨୧ ଏକର ଜମି ମଧ୍ୟ ଯୋଗାଇ ‌ଦେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟରୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। କୁଜଙ୍ଗ ଓକିଲ ସଂଘ ମଧୁବାବୁ ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ନିକଟରେ ଆଇନଜୀବୀମାନେ ଏହି ଦାବି ରଖିଥିଲେ। ଏହାକୁ ପୂରଣ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହ ଗତ ମେ ୬ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଚିଠି ଲେଖି‌ଥିଲେ। ଏହି ତୁରନ୍ତ ପଦକ୍ଷେପ ନିମନ୍ତେ ଓକିଲ ସଂଘ ସଭାପତି ଅମୃତ ଦାସ, ସଂପାଦକ ସଞ୍ଜୟ କୁମାର ବେହେରା, ଆଇନଜୀବୀ ତଥା ପୂର୍ବତନ ସଭାପତି ଏଏନ୍‌ଡି ଯାଦବ, ସୁଶାନ୍ତ ପଟ୍ଟନାୟକ, ସତ୍ୟାନନ୍ଦ ବିଶ୍ବାଳ, ଧନେଶ୍ବର ସ୍ବାଇଁ, ଭାରତ ଭୂଷଣ ଦାସ, କୈଳାସ ଚନ୍ଦ୍ର ମହାପାତ୍ର, ନୃସିଂହ ଚରଣ ପ୍ରଧାନ, ମମତା ଅଧିକାରୀ, ପ୍ରିୟମ୍ବଦା ପାଣି, ମାନତା ସାହାଜୀ, ଅଜୟ ପରିଡ଼ା, ମାନସ ରାଉତ, ଜ୍ଞାନରଂଜନ ବିଶ୍ବାଳ, କୈଳାସ ଚନ୍ଦ୍ର ପରିଡ଼ା, ରମେଶ ଦାସ, ଅଜୟ ପ୍ରଧାନ, ଆଲୋକ ସାମନ୍ତରାୟ, ପାର୍ଥସାରଥି ମହାନ୍ତି, ଅଭୟ ସ୍ବାଇଁ, ବିପିନ ବିହାରୀ ରାୟପଲାଉରୁ ଓ ଅଧିକାରୀ ବାବୁଲି ଦାସ ପ୍ରମୁଖ ଜିଲ୍ଳାପାଳ ଶ୍ରୀ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe