ଶାଳବା ବାଲିଘାଟ ବନ୍ଦ କଲେ ତହସିଲଦାର

ଶାଳବା ବାଲିଘାଟ ବନ୍ଦ କଲେ ତହସିଲଦାର

ପାଣିକୋଇଲି: ମୂଳାପାଳ ପଞ୍ଚାୟତ ବୈତରଣୀ ନଦୀର ଶାଳବା ବାଲିଘାଟକୁ ବ୍ୟାସନଗର ତହସିଲଦାର ଗତକାଲି ରାତିରେ ବନ୍ଦ କରିଦେଇଛନ୍ତି। ଗତକାଲି ଏଠାରୁ ଭାରୀଯାନ ଯୋଗେ ବାଲି ପରିବହନକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା।

ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ସହ ରାସ୍ତାରୋକ କରାଯାଇଥିଲା। ଖବର ପାଇ ପାଣିକୋଇଲି ପୁଲିସ ପହଞ୍ଚିଥିଲେ ମଧ୍ୟ ଉଭୟଗୋଷ୍ଠୀ ନିଜନିଜ ଜିଦ୍‌ରେ ଅଟଳ ରହିଥିଲେ। ପରିସ୍ଥିତି ଅଣାୟତ୍ତ ହେବା ପରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଓ ପାଣିକୋଇଲି ପୁଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷ ସହିତ ଆଲୋଚନା କରିଥିଲେ। ଶାଳବା ଘାଟରୁ ବାଲି ବୋଝେଇ ହୋଇ ଆସିଥିବା ଗୋଟିଏ ହାଇୱା (ଓଡି୦୧ଏଆର ୧୭୨୩)କୁ ମଧ୍ୟ ଜବତ କରିଥିଲେ। ଷଠିପୁର ଓ ବ୍ରଜନଗର ନିକଟରେ ଦୁଇଟିସ୍ଥାନରେ ପ୍ରତ୍ୟେକ ବାଲିଗାଡ଼ିକୁ ଯାଞ୍ଚ କରିବା ସହ ଉଭୟ ଗୋଷ୍ଠୀ ମଧ୍ୟରେ ସକାରାତ୍ମକ ଅଲୋଚନା ନହେବା ପର୍ଯ୍ୟନ୍ତ ବାଲିଘାଟକୁ ବନ୍ଦ ରଖିବାକୁ ତହସିଲଦାର ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe