ଧାନ ଗାଡ଼ି ଜବତ କରି ମିଲ୍‌ରେ ଜିମା‌ ଦେଲେ ତହସିଲଦାର

Advertisment
ଧାନ ଗାଡ଼ି ଜବତ କରି ମିଲ୍‌ରେ ଜିମା‌ ଦେଲେ ତହସିଲଦାର

ବିନିକା: ଏକ ଧାନ ଗାଡ଼ି ଜବତ କରି ମିଲ୍‌ର ଜିମା ଦେଇଛନ୍ତି ତହସିଲଦାର। ବୁଧବାର ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ବ୍ଲକ୍‌ ଯୋଗାଣ ନିରୀକ୍ଷକ ରାଜ କି‌ଶୋର ସ୍ବାଇଁ ଓ ବିନିକା ଏନ୍‌ଏସି ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇ ମିଶି ବିଭିନ୍ନ ମଣ୍ଡି ବୁଲି ଧାନ କିଣା ବ୍ୟବସ୍ଥା ତଦାରଖ କରୁଥିଲେ।

ସେମାନେ ରାସ୍ତାରେ ଯାଉଥିବା ବେଳେ ବିନିକା -ଡୁଙ୍ଗୁରିପାଲି ରାସ୍ତାର ବିଶାଳପାଲି ଛକରେ ଏକ ଧାନ ବୋଝେଇ ପିକ୍‌ଅପ ଗାଡ଼ି (ଓଡି ୧୫ ଏନ୍‌ ୦୨୧୩)କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ୭୩ ପ୍ୟାକେଟ୍‌ ଧାନ ଥିବା ଜଣାପଡ଼ିଥିଲା। ତେବେ ଗାଡ଼ିର ଚାଳକ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ।

ତେବେ ସେ ଉଲୁଣ୍ଡା ବ୍ଲକ୍‌ ଦେଖିନିପାଲିରୁ ଧାନ ଆଣିଥିବା ପ୍ରକାଶ କରିଥିଲେ। ଧାନର କୌଣସି ଦାବିଦାର ନ ବାହାରିବାରୁ ଧାନ ସହ ଗାଡ଼ିକୁ ଜବତ କରି ବିନିକାର ଉମାବିଷ୍ଣୁ ରାଇସ୍‌ ମିଲ୍‌କୁ ଜିମା ଦେଇଥିବା ତହସିଲଦାର ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe