Sambad
ବାଲିଅନ୍ତା: ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଓ ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ ପ୍ରମୁଖ ଆଜି ପୂର୍ବାହ୍ନରେ ବାଳକାଟି ବଜାରରେ ମିଳିତ ଭାବେ ଚଢ଼ାଉ କରି ୮ ଜଣ ବ୍ୟବସାୟୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଆଗକୁ ସାବିତ୍ରୀ ଅମାବାସ୍ୟା ଓ ରଜ ପର୍ବକୁ ଦୃଷ୍ଟିରେ ରଖି ଉକ୍ତ ବଜାରରେ ଲୁଗା ଏବଂ ମନୋହରୀ ସାମଗ୍ରୀ ଦୋକାନ ଖୋଲାଯାଇଥିବା ଦେଖାଯାଇଥିଲା। ସଂପୃକ୍ତ ବ୍ୟବସାୟୀମାନେ କରୋନା ଗାଇଡ ଲାଇନକୁ ନମାନି ଅବାଧ କାରବାର ଚଳାଇଥିଲେ। ଅନ୍ୟପକ୍ଷରେ ଲୁଗା ଏବଂ ମନୋହରି ସାମଗ୍ରୀ ନେବା ପାଇଁ ଏସଂପର୍କରେ ସ୍ଥାନୀୟ ଲୋକ ତହସିଲଦାରଙ୍କୁ ଫୋନ କରି ଜଣାଇଥିଲେ।
ଖବର ପାଇ ତହସିଲଦାର ଶ୍ରୀ ପଣ୍ଡାଙ୍କ ତତ୍ବାବଧାନରେ ଅତିରିକ୍ତ ତହସିଲଦାର ଶ୍ରୀମତୀ ସ୍ବାଇଁ, ଜଗନ୍ନାଥପୁର ଆରଆଇ, ପ୍ରତାପଶାସନ ଆରଆଇ ଏବଂ ତହସିଲ କାର୍ଯ୍ୟାଳୟ ଆରଆଇ ପ୍ରମୁଖ ସେଠାରେ ମିଳିତ ଭାବେ ଚଢ଼ାଉ କରିଥିଲେ। ସେହିପରି ବାଲିଅନ୍ତା ବଜାର, ଡେଲଟା ବଜାର, ଭିଙ୍ଗାରପୁର ବଜାର, କାକରୁଦ୍ରପୁର ଓ ଖମଙ୍ଗ ବଜାରରେ ଅନେକ ବ୍ୟବସାୟୀ ଲୁଚିଛପି କାରବାର ଚଳାଇଥିବା ଅଭିଯୋଗ ହେଉଛି। କାର୍ଯ୍ୟାନୁଷ୍ଠାନ ନେଇ କର୍ତୃପକ୍ଷଙ୍କ ନିକଟରେ ଦାବି ହେଉଛି।
Follow Us