ମନ୍ଦିରକୁ ଧକ୍କା ଦେଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

Advertisment

ଦୀର୍ଘ ଦିନ ହେବ ବଲାଙ୍ଗିର ବାଇପାସ୍‌ କାମ ଚାଲିଥିବା ବେଳେ ଭାରିଯାନ ବଜାର ଭିତରେ ଯାତାୟତ କରୁଛି। ରାତି ୧୨ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଗାନ୍ଧିନଗର ସହର ମଧ୍ୟରେ ଭାରିଯାନ ଚଳାଚଳ କରୁଛି...

ଦୀର୍ଘ ଦିନ ହେବ ବଲାଙ୍ଗିର ବାଇପାସ୍‌ କାମ ଚାଲିଥିବା ବେଳେ ଭାରିଯାନ ବଜାର ଭିତରେ ଯାତାୟତ କରୁଛି। ରାତି ୧୨ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଗାନ୍ଧିନଗର ସହର ମଧ୍ୟରେ ଭାରିଯାନ ଚଳାଚଳ କରୁଛି...

3amZMpas

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଗାନ୍ଧିନଗରରେ ଗୁରୁବାର ଭୋର୍‌ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଥିବା ଶନି ମନ୍ଦିର ଉପରେ ଏକ  ଟ୍ୟାଙ୍କର ମାଡିଯାଇଛି। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି।

ଦୀର୍ଘ ଦିନ ହେବ ବଲାଙ୍ଗିର ବାଇପାସ୍‌ କାମ ଚାଲିଥିବା ବେଳେ ଭାରିଯାନ ବଜାର ଭିତରେ  ଯାତାୟତ କରୁଛି। ରାତି ୧୨ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଗାନ୍ଧିନଗର ସହର ମଧ୍ୟରେ ଭାରିଯାନ ଚଳାଚଳ କରୁଛି।

ଗୁରୁବାର ଭୋର୍ ସମୟରେ ଟ୍ୟାଙ୍କରଟି ବଜାର ମଧ୍ୟରେ ଯାଉଥିବା ବେଳେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ଦ୍ରୁତ ଗତିରେ ଥିବା ଗାଡ଼ିଟି ନିକଟରେ ଥିବା ଶନି ମନ୍ଦିର ଉପରେ ଚଢ଼ି ଯାଇଥିଲା। 

ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଭିତରେ ଫସି ରହିଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଡୋର୍ ଭାଙ୍ଗି ତାଙ୍କୁ ଗାଡ଼ି ଭିତରୁ ବାହର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe