ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗାଗନାପୁର ଚମ୍ପିଅନ୍‌, ଢ଼େମସା ନାଚିଲେ ତାରା  

Advertisment
ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗାଗନାପୁର ଚମ୍ପିଅନ୍‌, ଢ଼େମସା ନାଚିଲେ ତାରା  

ଜୟପୁର: ଗତ ୮ତାରିଖରୁ ଜୟପୁର ବ୍ଲକ୍ ଅନ୍ତର୍ଗତ ରଣ୍ତାପାଲ୍ଲୀ ପଞ୍ଚାୟତର ବିଶୋଇପୁଟ ଗ୍ରାମରେ ଚାଳିଥିବା ମା ବାମନଦେଇ ଫୁଟବଲ୍ ଟୁର୍ନାମେଣ୍ଟ ଆଜି ଉଦଯାପନ ହୋଇଛି। ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦୀର୍ଘ ଦିନ ହେବ କୋଭିଡ୍ ସଂକ୍ରମଣ, ସୁସ୍ଥ ହେବା ପରେ ପୁଣି କୋଭିଡ୍ ଫରର ଜଟିଳତା, ବିଧାନସଭାରେ ଅଚାନକ ଗୁରୁତର ହୋଇ ପଡ଼ିଥିଲେ ଜୟପୁର ବିଧାୟକ। ଆଜି ଶତାଧିକ ଲୋକେ ଫୁଟବଲ ଟୁର୍ନାମେଣ୍ଟ ଦେଖିବାକୁ ଆସିଥିଲେ। ଦୀର୍ଘ ଦିନ ପରେ ଜୟପୁର ବିଧାୟକଙ୍କୁ ଦେଖି ଲୋକେ ବାଜା ବାଜଣା ସହ ଢ଼େମସା ନୃତ୍ୟ ମହିଳା ଓ ଯୁବତୀ ମାନେ କରିଥିଲେ। ଏହାକୁ ଦେଖି ବିଧାୟକ ବି ସେମାନଙ୍କ ତାଳରେ ତାଳ ମିଶାଇ ଅଳ୍ପ ସମୟ ଢ଼େମସା ନୃତ୍ୟରେ ମସଗୁଲ ହୋଇଥିଲେ। ଖେଳରେ ଜିତିବା ଓ ହାରିବା ଲାଗି ରହିବ, ଭାଇଚାରା ଓ ଖେଳୁଆଡ୍ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ ବିଧାୟକ।

ଆଜି ଫାଇନାଲ ପ୍ରତିଯୋଗିତା କଚିଆକନାଡ଼ି ଓ ଗାଗନାପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇପାରି ନଥିଲେ। ଶେଷରେ ଟ୍ରାଇବ୍ରେକର ପେନାଲଟି ସୁଟ ଆଉଟର ସହାୟତା ନିଆଯାଇଥିଲା। ଏଥିରେ ୫-୪ଗୋଲରେ ଗାଗନାପୁର ଦଳ ଏବର୍ଷର ଚମ୍ପିଆନ୍ ଆଖ୍ୟା ଲାଭ କରିଥିଲା। ମୁଖ୍ୟଅତିଥି ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଛନ୍ତି । ଖେଳକୁ ରେଫରୀ ଭାବେ ବ୍ରଜାନନ୍ଦ ନାଗ, ଜି.କୋଟେଶ୍ବର ରାଓ, ଶ୍ରୀକାନ୍ତ ଚୌଧୁରୀ, ଅସିତ ମିଶ୍ର ପରିଚାଳନା କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଜୟପୁର ବ୍ଲକ୍ କଂଗ୍ରେସ ସଭାପତି ବସନ୍ତ ନାୟକ, ବାପୁ ମହାପତ୍ର, ତୁଳାରାମ ହରିଜନ, ଦେବାଶିଷ ପଣ୍ତା, ଏ ରମେଶ ଚିନ୍ନୁ, ସୁବାସ ଅନକା ଆଦି ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ବ୍ଲକର ୨୪ଟି ଦଳ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe