କୋରାପୁଟ: ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଜୟପୁର ସଦର ଥାନା ଘେରାଉ

Advertisment
କୋରାପୁଟ: ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଜୟପୁର ସଦର ଥାନା ଘେରାଉ

ଜୟପୁର : ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ରବିବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାବାହିନୀ ପତି ଏବଂ ତାଙ୍କ ସମର୍ଥକମାନେ ଜୟପୁର ସଦର ଥାନା ଘେରାଉ କରିଛନ୍ତି। ତାରାବାହିନୀ ପତିଙ୍କୁ ଶତାଧିକ ଗ୍ରାମବାସୀ ସମର୍ଥନ ଜଣାଇଛନ୍ତି। ସଦର ଥାନା ଅନ୍ତର୍ଗତ ମୁଖୀକୁଡ଼ପି ଗାଁ ବୁଥରେ ଭୋଟରଙ୍କୁ ଧମକ ଦେବା ମାମଲାରେ ଥାନା ଘେରାଉ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପରେ ଗ୍ରାମବାସୀ ପ୍ରତିବାଦ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜୟପୁର ର୍ନିବାଚନ ମଣ୍ଡଳୀରେ ବୁଥ ରିଂଗି ନେଇ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କ ନାଁରେ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ଅଭିଯୋଗ ଆଣିଥିଲେ। ଏକ ସମ୍ବାଦିକ ସମ୍ମିଳନୀ କରି ଗୌତମ ଶନିବାର କହିଥିଲେ ଯେ, ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପଂଚାୟତର ମୁଖିଖୁଡିପି ବୁଥରେ ବିଜେଡିର ସମର୍ଥକ ମାରଣାସ୍ତ୍ର ଧରି ଭୋଟରଙ୍କୁ ଭୟଭୀତ କରିଥିଲେ। ବିଜେଡିକୁ ଭୋଟ ଦେବାକୁ କହିବା ସହ ଡରାଇଥିଲେ। ଗ୍ରାମବାସୀ ସେହି ସମର୍ଥକଙ୍କ ମଧ୍ୟରୁ କିଛି ଜଣଙ୍କୁ ଧରିଥିଲେ। ଏହି ଖବର ପାଇ ସେ ଜୟପୁର ଏସଡିପିଓ ସାଗରିକା ନାଥଙ୍କୁ କହିଥିଲେ।

ଏହାପରେ ପୁଲିସ ସେଠାରେ ଚାଉ କରି କିଛି ଲୋକଙ୍କୁ ଉଠାଇ ଆଣିଥିଲା। ଦୁର୍ଦାନ୍ତ ଅପରାଧୀ ତଥା ବିଚାରାଧୀନ ଅଭିଯୁକ୍ତ ଶେକ୍‌ ଇମ୍ରାନ ଭୋଟରଙ୍କୁ ଡରାଇଥିଲା ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ତେଣୁ ଶ୍ରୀ ନନ୍ଦଙ୍କୁ ଗିରଫ କରିବା ସହ ରିଗିଂ ହୋଇଥିବା ବୁଥ୍ରେ ସାନି ର୍ନିବାଚନ ପାଇଁ ସେ ଦାବି କରିଛନ୍ତି। କଂଗ୍ରେସ ବିରୋଧରେ ବି ଅନୁରୂପ ଅଭିଯୋଗ ଆଣି କଂଗ୍ରେସ କର୍ମୀ ମଧ୍ୟ କିଛି ବୁଥରେ ଭୋଟରଙ୍କୁ ପ୍ରଭାବିତ କରିଥିବା କହିଛନ୍ତି।

ପୁଲିସ ଓ ପ୍ରଶାସନ ଏଦିଗରେ ପଦକ୍ଷେପ ନ ନେଲେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଉପଜିଲ୍ଲାପାଳ, ପର୍ଯ୍ୟବେକ୍ଷକଙ୍କୁ ଜଣାଇବା ସହ ବୁଥ ରିଂଗି ସଂପର୍କରେ ଏସଡିପିଓଙ୍କୁ ମେଖିକ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି। ଆଗକୁ ର୍ନିବାଚନ କମିସନକୁ ଏନେଇ ଲିଖିତ ଭାବେ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe