ଟାଟାଷ୍ଟିଲ ପକ୍ଷରୁ ସାନ୍ତାଳୀ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ

Advertisment
ଟାଟାଷ୍ଟିଲ ପକ୍ଷରୁ ସାନ୍ତାଳୀ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଅସନା ଗ୍ରାମପଞ୍ଚାୟତର 'ଟିସିଏସ ଅଲ ଇତୁନ ଆଶଳା' ଅସନା ଗ୍ରାମରେ ସାନ୍ତାଳୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଅଛି। ଟାଟାଷ୍ଟିଲ ଫାଉଣ୍ଡେସନର ସହଯୋଗରେ ଚାଲିଥିବା ଅସନା ଟିସିଏସ ଅଲ ଇତୁନ ଆଶଳାରେ ପ୍ରାଇମେରୀ ଓ ବେସିକ ଲେବେଲରେ ମୋଟ ୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆଜି ଆଶଳାର ଶିକ୍ଷକ ଇନ୍ଦ୍ରମଣି ହାଁସଦାଙ୍କ ତତ୍ୱାବଧାନରେ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଛି। ଏଥିସହ ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଟପ୍ପର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଉପହାରର ବ୍ୟବସ୍ଥା କରାଯାଇଥିଲା। ପ୍ରାଇମେରୀ ଲେବେଲରେ ଲଷ୍ମୀ ହେମ୍ବ୍ରମ ଏବଂ ବେସିକି ଲେବେଲରେ ରୁପାଇ ଟୁଡୁ ଟପ୍ପର ହୋଇଥିଲେ। ଟପ୍ପର ଛାତ୍ରୀଙ୍କୁ ସାନ୍ତାଳୀ ସମ୍ପ୍ରଦାୟର ପାରମ୍ପରିକ ପୋଷାକ ଝେଲ ଶାଢ଼ି' ଓ ଟପ୍ପର ଛାତ୍ରଙ୍କୁ 'କାଛା ଧୋତି' ଦେଇ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ଟିସିଏସ ସଂଯୋଜକ ଛୋଟରାୟ ମୁର୍ମୁ, ଅସନା ଗ୍ରାମପଞ୍ଚାୟତର ସରପଞ୍ଚ ବାଲେଶ୍ୱର ମୁର୍ମୁ, ଅସନା ଗ୍ରାମର ମୁଖିଆ ବାଜ ହେମ୍ବ୍ରମ, ନାଏକେ ବାବା ଆନପା ହେମ୍ବ୍ରମ, ଅସନା ଆସେକା ଶାଖା ସେକ୍ରେଟାରୀ ଶ୍ୟାମ ଚରଣ ମୁର୍ମୁ, ଶିକ୍ଷୟିତ୍ରୀ ସାବର୍ତ୍ତୀ ମୁର୍ମୁ ଏବଂ ଅସନା ୧୨ ନଂ ୱାର୍ଡ ମେମ୍ବର ସାକ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୫ ମସିହାକୁ ଅଲଚିକି ସୃଷ୍ଟିର ୧୦୦ ବର୍ଷ ପୁରିବ। ଏଥିପାଇଁ ପ୍ରତ୍ୟେକ ସାନ୍ତାଳୀ ଗାଁରେ ଅଲଚିକି ଲିପିକୁ ପ୍ରଚାର ପ୍ରସାର କରିବା ଏବଂ ସମସ୍ତଙ୍କୁ ଅଲଚିକି ଲିପିରେ ଶିକ୍ଷା ଦାନ ଦେବା ଉଦ୍ଦେଶ୍ୟରେ ଏଭଳି ପ୍ରୟାସ ଜାରି ରଖିଛି ଟାଟାଷ୍ଟିଲ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe