ଚର୍ଚ୍ଚାରେ ଚା’ ଦୋକାନୀ: କଂଗ୍ରେସରୁ ଜିଲ୍ଲାପରିଷଦ ପ୍ରାର୍ଥୀ ହେଲେ

Advertisment
ଚର୍ଚ୍ଚାରେ ଚା’ ଦୋକାନୀ: କଂଗ୍ରେସରୁ ଜିଲ୍ଲାପରିଷଦ ପ୍ରାର୍ଥୀ ହେଲେ

କବାଟବନ୍ଧ : ଜଣେ ଚା’ ବିକାଳି ଜିଲ୍ଲାପରିଷଦ ସଭ୍ୟ ପାଇଁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଧର୍ମଶାଳା ବ୍ଲକ ୧୧ ନମ୍ବର ଜୋନରେ ଜିଲ୍ଲାପରିଷଦ ସଭ୍ୟ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ଗଙ୍ଗାଧର ମଲ୍ଲିକ। ସେ କବାଟବନ୍ଧ ବ୍ରାହ୍ମଣୀବ୍ରିଜ୍ ବଜାରରେ ଦୀର୍ଘବର୍ଷ ହେଲା ଏକ ଚା’ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। କେବଳ ଚା’ ଦୋକାନ ନୁହେଁ, ରାଜନୀତି ଓ ସମାଜସେବାରେ ତାଙ୍କର ରୁଚି ରହିଛି।

ଦୀର୍ଘ ୨୫ ବର୍ଷ ହେଲା ସେ କଂଗ୍ରେସ ଦଳରେ ରହିଆସିଛନ୍ତି ଏବଂ ଦଳୀୟ ସମର୍ଥନରେ ସେ ୨୦୧୨ ରେ ରାଇଛନ୍ଦା ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୧୭ରେ ସେ ସମିତି ସଭ୍ୟ ପାଇଁ ଲଢ଼ିଥିଲେ ମଧ୍ୟ ଅଳ୍ପକେ ପରାଜିତ ହୋଇଥିଲେ। ନିର୍ବାଚନରେ ଅର୍ଥ ଖର୍ଚ୍ଚ କରିବାରେ ସେ ବିଶ୍ବାସ କରନ୍ତି ନାହିଁ। ଏକାଏକା ଗାଁଗାଁ ବୁଲି ପିଲାଙ୍କୁ ଚକଲେଟ୍ ଦେଇଥାନ୍ତି। ସେମାନଙ୍କ ପରିବାର ଲୋକଙ୍କୁ ଭେଟି ଭୋଟ୍‌ ଦେବାକୁ ନିବେଦନ କରିଥାନ୍ତି। ତାଙ୍କର ନିଆର ଢଙ୍ଗର ପ୍ରଚାର ପାଇଁ ସେ ୫ ବର୍ଷ ପାଇଁ ସମିତିସଭ୍ୟ ହୋଇଥିଲେ। ଜଣେ ସାଲିସବିହୀନ ନିର୍ବିବାଦୀୟ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଜଣାଶୁଣା। ନିଜର ବ୍ୟକ୍ତିତ୍ବ ଓ ଦଳୀୟ ସମର୍ଥନ ପାଇ ସେ ଜିଲ୍ଲାପରିଷଦ ନିର୍ବାଚନରେ ବିଜୟୀ ହେବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe