ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗଣଧାରଣା

Advertisment
ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗଣଧାରଣା

ରାୟଗଡା: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ପ୍ରାଥମିକ ଶିକ୍ଷକମାନଙ୍କ ୭ ଦଫା ଦାବି ପୂରଣ ନିମନ୍ତେ ରାୟଗଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ରାୟଗଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସଦାନନ୍ଦ ନାୟକଙ୍କ ନେତୃତ୍ବରେ ବିଭିନ୍ନ ବର୍ଗର ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ବ୍ଲକ ଏବଂ ଜିଲ୍ଲାସ୍ତରରେ ଏହି ଧାରଣା ପ୍ରଦର୍ଶନ କରାଯାଉଛି। ୭ ଦଫା ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏଭଳି ଧାରଣା ପ୍ରଦର୍ଶନ ସହ କାର୍ଯ୍ୟ ବନ୍ଦ କରାଯିବ ବୋଲି ସଂଘ ସ୍ପଷ୍ଟ କରିଦେଇଛି। ଆଜି ରାୟଗଡା ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷାଦାନ ଠପ୍ ହୋଇଥିବା ଦେଖିବାକୁ ମିଳିଛି। ଏହି ଗଣଧାରଣାରେ ରାଜ୍ୟ ସଂଘର ଉପସଭାପତି ନରେଶ ସିଂ, ରାଜ୍ୟ ଆଞ୍ଚଳିକ ସଂପାଦକ ଦୀପକ କୁମାର ରାଉତ, ପ୍ରମୋଦ ପଣ୍ଡା, ଜିଲ୍ଲା ସଂଘର ସାଧାରଣ ସଂପାଦକ ନିଳାଞ୍ଚଳ ମିଶ୍ର,ସଂପାଦକ ଦୁର୍ଗା ସନ୍ୟାସୀ ବେହେରା, ଉପସଭାପତି ସୁକାନ୍ତି ଅଟକା, ସୁଧାକର ଚୌଧୁରୀ, ପୁରନ୍ଦର ପାଣି, ତନୁଶ୍ରୀ ସ୍ମରଣିକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe