ବିକ୍ଷୋଭ ପାଇଁ ଖୋର୍ଦ୍ଧା ଜିଲ୍ଲାରୁ ୪ ହଜାର ଏନ୍‌ପିଏସ୍‌ ଶିକ୍ଷକ ସମୂହ ଛୁଟିରେ

ନିଦ୍ଦେଶ ନମାନି ଛୁଟିରେ ଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ- ଜିଲ୍ଲା ଶିକ୍ଷାଧିକାରୀ

ବିକ୍ଷୋଭ ପାଇଁ ଖୋର୍ଦ୍ଧା ଜିଲ୍ଲାରୁ ୪ ହଜାର ଏନ୍‌ପିଏସ୍‌ ଶିକ୍ଷକ ସମୂହ ଛୁଟିରେ

Sambad

ଖୋର୍ଦ୍ଧା: ତିନି ଦଫା ଦାବି ନେଇ ରାଜ୍ୟର ଏନପିଏସ ଶିକ୍ଷକଶିକ୍ଷୟିତ୍ରୀ ଭୁବନେଶ୍ୱରରେ ହେଉଥିବା ଧାରଣା ବୁଧବାର ଠାରୁ ସମୂହ ଛୁଟିରେ ଯାଉଛନ୍ତି। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ପ୍ରାୟ ୪ହଜାର ଏନପିଏସ ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ସଂଘ କହିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ କିନ୍ତୁ ଏହି କଥାକୁ ଅସ୍ୱୀକାର କରିଛନ୍ତି। ଏନେଇ ପ୍ରାଥମିକ ଶିକ୍ଷକ ସଂଘର ଯୁଧିଷ୍ଠିର ସାହୁ କହିଛନ୍ତି ଯେ ଜିଲ୍ଳାର ପ୍ରାୟ ୪ହଜାର ଏନପିଏସ ଶିକ୍ଷକଶିକ୍ଷୟିତ୍ରୀ ବୁଧବାର ଠାରୁ ସମୂହ ଛୁଟିରେ ରହିବେ। କିନ୍ତୁ ଏହାର ପ୍ରତିକ୍ରିୟାରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ କହିଛନ୍ତି ଯେ ଯେଉଁମାନେ ପରୀକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ଛୁଟି ମଞ୍ଜୁର ନକରିବାକୁ ବ୍ଲକ ଶିକ୍ଷାଧିକାରୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନି‌ଦ୍ଦେଶ ଦିଆଯାଇଛି।

ଜିଲ୍ଲାର ସମସ୍ତ ଏନପିଏସ ଶିକ୍ଷକ ଛୁଟିରେ ଯାଉନାହାନ୍ତି, ସେମାନଙ୍କ ମଧ୍ୟରୁ କେତେକ ଛୁଟିରେ ଯାଉଛନ୍ତି, ଏଣୁ ପାଠପଢ଼ା, ପରୀକ୍ଷା ପରିଚାଳନା ଆଦିରେ ବିଶେଷ ସମସ୍ୟା ହେବନାହିଁ। ତଥାପି ଯେଉଁମାନେ ନିଦ୍ଦେଶକୁ ଏଡ଼ାଇ ଛୁଟିରେ ଯିବେ ସେମାନଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ। ତେବେ ପୂର୍ବେ ମଧ୍ୟ ଅନୁରୂପ ଆନ୍ଦୋଳନରେ ଶିକ୍ଷାବିଭାଗ ପକ୍ଷରୁ ଅନୁରୂପ ନି‌ଦ୍ଦେଶନାମା ଜାରି କରାଯାଇଥିଲା। ଶିକ୍ଷକଶିକ୍ଷୟିତ୍ରୀ ମାନେ ଏହି ନିଦ୍ଦେଶକୁ ଖାତିର ନକରି ଧାରଣାରେ ଯୋଗ ଦେଇଥିଲେ। ବିଭାଗୀୟ ନିଷ୍ପତ୍ତି ଅନୁସାରେ ସେମାନଙ୍କ ଦରମା ବନ୍ଦ କରାଯାଇଥିଲା। ଏଭଳି ଗତାନୁଗତିକ ବିଭାଗୀୟ ପଦକ୍ଷେପରେ ଆନ୍ଦୋଳନ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ୁନଥିବାରୁ ନିଦ୍ଦେଶନାମା ଦ୍ୱାରା ସମୂହ ଛୁଟି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି କେତେକ ଶିକ୍ଷକ ନେତା ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe