Shutterstock
ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ମିକି ଇଲେ୍କ୍ଟ୍ରୋନିକ୍ସ ଦୋକାନ ନିକଟରେ ଏନ୍ ଏଚ୍ ୨୬ ଜାତୀୟ ରାଜପଥ ଉପରେ ଏକ ଅଜଣା ବାଇକ ଧକ୍କାରେ ଶିକ୍ଷକ ରାଜେନ୍ଦ୍ର ମହାନ୍ତି (୫୨)ଙ୍କ ମୃତ୍ୟୁ ଘଟିଥିଲା। ଗତ ୩୦ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରୀ ମହାନ୍ତି ମାଟିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କୋଲିଗାଁରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ। ଏ ବାବଦରେ ଜୁନାଗଡ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କୁ ପଚରାଯିବାରୁ ତଦନ୍ତ ଚାଲିଥିବା ଜଣାଇଛନ୍ତି।
ସ୍ଥାନୀୟ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜୁନାଗଡ଼ ସାମ୍ବାଦିକ ସଙ୍ଘ ସଭାପତି ହିମାଂଶୁ ଶେଖର ବରାଡ, କେଡିୟୁଜେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂ ଦେଓ, ଜିଲ୍ଲା ଶିକ୍ଷକ ସଂଘ ସଭାପତି ମନୋରଂଜନ ପାଣିଗ୍ରାହୀ, ଉପଦେଷ୍ଟା ବିଜୟ ପାଢ଼ୀ ପ୍ରମୁଖ ଶୋକାକୁଳ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି।
Follow Us