ଜୟପୁର : ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥ ଠାରୁ ୪ କିଲୋମିଟର ଦୂରରେ ରାସ୍ତା କଡ଼ରେ ପଡିଛି ଜଣେ ଶିକ୍ଷକଙ୍କ ଦରପୋଡ଼ା ମୃତଦେହ। ବୋରିଗୁମ୍ମା ନିକଟସ୍ଥ ଡାଙ୍ଗେରା ପାହାଡ ନିକଟରେ ପଡିଛି ଏହି ମୃତଦେହ। ଶବ ନିକଟରେ ଗୋଟିଏ ବାଇକ୍ ଓ ମୋବାଇଲ ପଡି ରହିଛି। ମୃତ ଶିକ୍ଷକ ଜଣକ ଆମ୍ବାଗୁଡାର ସନ୍ଦୀପ ସିଆଲ(୫୬) ।
ସିଆରସିସି ଭାବେ କାର୍ଯ୍ୟରତ ସନ୍ଦୀପ ସିଆଲ ଗତକାଲି ସକାଳ ୯ଟାରେ ଡାଙ୍ଗରା ୟୁପି ସ୍କୁଲକୁ ଯିବା ପାଇଁ ଘରୁ ବାହାରି ଥିଲେ। ମାତ୍ର ଦିନ ୨ଟା ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତାଙ୍କ ମୋବାଇଲ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ପରିବାର ଲୋକ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ତେବେ ରାତି ପ୍ରାୟ୧୧ଟା ବେଳେ ବୋରିଗୁମ୍ମା ନିକଟସ୍ଥ ଡାଙ୍ଗେରା ପାହାଡ ନିକଟରେ ତାଙ୍କ ଅର୍ଧଦଗ୍ଧ ଶବ ପଡିଥିବା ଦେଖିବାକୁ ମିଳିିଥିଲା। ତାଙ୍କ ଶବ ନିକଟରେ ଗୋଟିଏ ବାଇକ୍ ଓ ମୋବାଇଲ ମଧ୍ୟ ପଡି ରହଥିଲା। ସନ୍ଦୀପଙ୍କ ମୋବାଇଲ୍ ରିଂ ହେବାରୁ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକଙ୍କ ନଜର ପଡିଥିଲା। ତାଙ୍କୁ କେହି ହତ୍ୟା କରି ପୋଡି ଦେଇଥିବା ସନ୍ଦେହ କରାଯାଉଛି।
ଶିକ୍ଷକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ପୋଡି ଦେଲେ ଦୁର୍ବୃତ୍ତ
Advertisment
Follow Us