ଶିକ୍ଷକଙ୍କ ବଦାନ୍ୟତା: ୭ଟି ଗାଁର ୫୧ଜଣ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଲେ

Advertisment
ଶିକ୍ଷକଙ୍କ ବଦାନ୍ୟତା: ୭ଟି ଗାଁର ୫୧ଜଣ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଲେ

Sambad

ଜୟପୁର: ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଜିତ କୁମାର ନାୟକ ୭ଟି ଗାଁର ୫୧ଜଣ ଅସହାୟ, ବେସାହାରା ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ପୁଜାରୀପୁଟ, ଆଦିବାସୀଗୁଡ଼ା, କଣ୍ଡାଗୁଡା, ନୂଆଗୁଡା, ଡାଙ୍ଗରିଆଗୁଡ଼ା, ଛତର୍ଲା, ଖୁଣ୍ଟୁଗୁଡ଼ା ଗାଁର ୫୧ଜଣଙ୍କୁ ସେ ସହାୟତାର ହାତ ବଢ଼ାଇଛନ୍ତି। ସେ ଘରକୁ ଘର ବୁଲି ରାସନ (ଡାଲି, ଚାଉଲ, ତେଲ, ଆଲୁ ଓ ପିଆଜ) ସହ ସମସ୍ତଙ୍କୁ ମାସ୍କ ଓସାନିଟାଇଜର ବିତରଣ କରିଛନ୍ତି।

ଏହା ସହ ଏହି ୭ଟି ଗାଁରେ ସହକାରୀ ଶିକ୍ଷକ ସୂଜିତ ଘରକୁ ଘର ବୁଲି କରୋନାର ଭୟାବତା ଓ ଟୀକା  ସଂପର୍କରେ ସଚେତନତା ସୃଷ୍ଟି କରିଛନ୍ତି। ସ୍ବଳ୍ପ ଦରମା ପାଉଥିବା  ଶିକ୍ଷକ ଜଣକ ଏଭଳି କରିଥିବାରୁ ସାଧାରଣରେ ଏହାକୁ ଖୁବ ପ୍ରଶଂସା କରାଯିବା ସହ ଅନ୍ୟ ମାନେ ବି ଏଭଳି ସଚେତନତା ସୃଷ୍ଟି ଓ ସହଯୋଗ କରିବା ଆବଶ୍ୟକ । ଏହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦେବ ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe