ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

Sambad

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ବିଶିଷ୍ଟ ଶିକ୍ଷାବିତ ତଥା ବରିଷ୍ଠ କବି ଅନିଳ ଚନ୍ଦ୍ର ଦାଶଙ୍କର ପରଲୋକ ହୋଇଯାଇଛି। ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଦାଶ ଅବିଭକ୍ତ କଟକ ଜିଲ୍ଲାର ମୂଳ ବାସିନ୍ଦା ହୋଇଥିଲେ ହେଁ କୋରାପୁଟ ଜିଲ୍ଲାକୁ ନିଜ କର୍ମଭୂମି ରୂପେ ବାଛି ନେଇଥିଲେ। ୧୯୭୧ ମସିହାରେ ବୈପାରିଗୁଡା ବ୍ଲକରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପରେ ବୈପାରିଗୁଡା ଏବଂ କୁନ୍ଦୁରା ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷକ ରୂପେ ଯୋଗ ଦେଇ ନିଜ କର୍ତ୍ତବ୍ୟ ପରାୟଣ ତାର ପ୍ରମାଣ ଦେଇଥିଲେ। ଜଣେ ପ୍ରବୀଣ ଏବଂ ନିଷ୍ଠାପର ଶିକ୍ଷକ ରୂପେ ପ୍ରତିଷ୍ଠା ଅର୍ଜନ କରିଥିଲେ। ଏହାର ପ୍ରମାଣ ସ୍ବରୂପ ୨୦୦୪ ମସିହା ବେଳକୁ ରାଜ୍ୟପାଳ ପୁରସ୍କାର ଏବଂ ୨୦୦୬ ମସିହାରେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ। ଜଣେ କବି ଏବଂ ସୁସାହିତ୍ୟିକ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା।

ସେ ବହୁ କବିତା ସଂକଳନର ସ୍ରଷ୍ଟା ଥିଲେ। କୋରାପୁଟ ଜିଲ୍ଲାର ବରିଷ୍ଠ କବି ଭାବେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ। ଏହାଛଡ଼ା ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି। ଜଣେ ମେଳାପି, ମିଷ୍ଟାଭାଷୀ ଏବଂ ଛାତ୍ରବତ୍ସଳ ଶିକ୍ଷକ ତଥା ସାହିତ୍ୟ ପ୍ରେମୀଙ୍କୁ ହରାଇ ବୈପାରିଗୁଡା ଏବଂ ବ୍ଲକର ଶିକ୍ଷକ ସମାଜ ଏବଂ ସାହିତ୍ୟ ପ୍ରେମୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe