ଶିକ୍ଷକଙ୍କ ବଦାନ୍ୟତା; ରକ୍ତଦାନ କରି ଦୁର୍ଗମ ଅଞ୍ଚଳର ମହିଳାଙ୍କ ଜୀବନ ବଞ୍ଚାଇଲେ

ଶିକ୍ଷକଙ୍କ ବଦାନ୍ୟତା; ରକ୍ତଦାନ କରି ଦୁର୍ଗମ ଅଞ୍ଚଳର ମହିଳାଙ୍କ ଜୀବନ ବଞ୍ଚାଇଲେ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି। ଜିଲ୍ଲାରେ ପ୍ରତିଦିନ ୩୦ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ଦରକାର ପଡୁଥିବା ବେଳେ ରକ୍ତ ଭଣ୍ଡାରରେ ମାତ୍ର ୨୦ରୁ ୩୦ ୟୁନିଟ ରକ୍ତ ହିଁ ଗଛିତ ହୋଇ ରହିଥାଏ। ତେବେ ଦୁର୍ଗମ ଅଞ୍ଚଳର ଗରିବ ଲୋକେ ରକ୍ତ ପାଇଁ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ତେବେ ଜିଲ୍ଲାର କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଲୋକେ ରକ୍ତ ପାଇ ପାରୁଛନ୍ତି। ଏଭଳି ଏକ ଘଟଣା କ୍ରମରେ ଜିଲ୍ଲାର ପଡିଆ ବ୍ଲକର ମାରନପାଲୀ ଗ୍ରାମର ଗାଙ୍ଗି ପଡିଆମୀ ନାମକ ମହିଳା ଗୁରୁତର ଅବସ୍ଥାରେ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ।

ତାଙ୍କୁ ଏବି ପଜିଟିଭ ରକ୍ତ ତୁରନ୍ତ ଦରକାର ବୋଲି ଡାକ୍ତର ପରାମର୍ଶ ଦେବା ପରେ ପରିବାର ଲୋକେ ଚିନ୍ତାରେ ପଡି ଯାଇଥିଲେ। ତେବେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ରକ୍ତ ମିଳିନଥିଲା। ଏ ସମ୍ପର୍କରେ ଶିକ୍ଷକ ରମେଶ ମଲ୍ଲ ଶୁଣିବା ପରେ ରକ୍ତ ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ। ତାଙ୍କର ଏବି ପଜିଟିଭ ରକ୍ତ ରହିଥିବା କହିଥିଲେ। ରକ୍ତଭଣ୍ଡାରକୁ ଆସି ଶ୍ରୀ ମଲ୍ଲ ରକ୍ତ ଦେଇ ଗାଙ୍ଗୀଙ୍କ ଜୀବନ ବଞ୍ଚାଇଛନ୍ତି। ଯାହାକୁ ନେଇ ଶିକ୍ଷକ ମହଲରେ ଶ୍ରୀ ମଲ୍ଲଙ୍କୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe