ସୁନ୍ଦରଗଡ଼: ୩ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

Advertisment
ସୁନ୍ଦରଗଡ଼: ୩ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଡିହା ହାଇସ୍କୁଲର ୩ ଜଣ ଛାତ୍ରୀଙ୍କୁ ସେହି ଗ୍ରାମର ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗତକାଲି ଗ୍ରାମବାସୀମାାନେ ସମ୍ପୃକ୍ତ ଶିକ୍ଷକଙ୍କୁ ମାଡ଼ ମାରିଥିବା ବେଳେ ଆଜି ହାଇସ୍କୁଲରେ ତାଲ ପକାଇ ଦେଇଥିଲେ। ଖବର ପାଇ ହେମଗିରି ବିଡିଓ ପ୍ରଦୀପ ଡାଙ୍ଗ ଓ ଥାନା ଇନ୍‌ସପେକ୍ଟର ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଡିହା ହାଇସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକ ସେଠାରେ ପାଠ ପଢ଼ାନ୍ତି। ତେବେ ହାଇସ୍କୁଲର ଏକ ନୂତନ କୋଠା ଆଜି ଉଦ୍‌ଘାଟିତ ହେବାକୁ ଥିିବାରୁ ଗତକାଲି ଛାତ୍ରଛାତ୍ରୀଙ୍କୁ ନେଇ ସମ୍ପୃକ୍ତ ଶିକ୍ଷକ ସ୍କୁଲ ପରିସର ସଫେଇ କରୁଥିବା ବେଳେ ଛାତ୍ରୀମାନଙ୍କ ପ୍ରତି ଅସଦାଚରଣ କରିଥିବା କେତେକ ଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ପାଖରେ ଅଭିଯୋଗ କରିଥିଲେ।ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe