କାର୍ଯ୍ୟରେ ଅବହେଳା ପାଇଁ ଶିକ୍ଷକ ନିଲମ୍ବିତ

Advertisment
କାର୍ଯ୍ୟରେ ଅବହେଳା ପାଇଁ ଶିକ୍ଷକ ନିଲମ୍ବିତ

ହରିଚନ୍ଦନପୁର: ନିୟମିତ ବିଦ୍ୟାଳୟକୁ ନ ଆସିବା ଓ କାର୍ଯ୍ୟରେ ଅବହେଳା ପାଇଁ ହରିଚନ୍ଦନପୁର ବ୍ଲକ୍‌ ହୁଣ୍ଡା ପଞ୍ଚାୟତ ଗଜାଆମ୍ବ ସ୍କୁଲର ଶିକ୍ଷକ ସୁମନ୍ତ କୁମାର ନାଏକଙ୍କୁ ବିଇଓ ଚିନ୍ମୟ କୁମାର ରାଉତ ପତ୍ରସଂଖ୍ୟା ୧୪୮୫/୨.୭.୨୪ରେ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

କାର୍ଯ୍ୟରେ ବାରମ୍ବାର ଅବହେଳା ପାଇଁ ଶିକ୍ଷକ ଶ୍ରୀ ନାଏକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଜଂଘିରା ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠା ଯାଇଥିଲା।

ଏହା ସତ୍ତ୍ୱେ ମଧ୍ୟ କାର୍ଯ୍ୟରେ ଅବହେଳା ସମ୍ପର୍କରେ ଜଂଘିରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଠାରୁ ରିପୋର୍ଟ ପାଇବା ପରେ ବିଇଓ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe