ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟ ଯାଉଥିଲେ ପ୍ରଧାନଶିକ୍ଷକ, ନିଲମ୍ବନ କଲା ଶିକ୍ଷା ବିଭାଗ

ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟ ଯାଉଥିଲେ ପ୍ରଧାନଶିକ୍ଷକ, ନିଲମ୍ବନ କଲା ଶିକ୍ଷା ବିଭାଗ

Sambad

ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ  ଗାର୍ଡିଙ୍ଗିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ଅଶ୍ବିନୀ କୁମାର ନାୟକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ  ପ୍ରମୋଦ କୁମାର ଷଡ଼ଙ୍ଗୀ ନିଲମ୍ବିତ ଆଦେଶ ଦେଇଥିବା ଜଣାପଡ଼ିଛି।
ସୂଚନା ମୁତାବକ ପୂର୍ବରୁ ବୁର୍ବିନାଜୁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସହଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଅଶ୍ବିନୀଙ୍କୁ  ଗତ ୪ ମାସ ହେବ ନୂତନ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ତେବେ ସେ ନିୟମିତ ମଦ ପିଇ ମାତାଲ ହୋଇ ବିଦ୍ୟାଳୟକୁ ଯାଉଥିବା ନେଇ ଅଭିଯୋଗ ହୋଇଥିଲା।  ଅଭିଯୋଗର ତଦନ୍ତ ପରେ ଏନେଇ ସତ୍ୟତା ଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe