ପଦନ୍ନୋତିରେ ବିଳମ୍ବକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଶିକ୍ଷକ ସଂଘ

ପଦନ୍ନୋତିରେ ବିଳମ୍ବକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଶିକ୍ଷକ ସଂଘ

Sambad

ବାରିପଦା: ସାରା ରାଜ୍ୟରେ ଶିକ୍ଷକ ପଦନ୍ନୋତି ପ୍ରକ୍ରିୟା ଜୋରଦାର ଚାଲିଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏହାକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଦାବି କରାଯାଇଛି। ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମାନସ ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧୀ ଦଳ ଉକ୍ତ ପ୍ରସଙ୍ଗରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଶିକ୍ଷକ ମାନଙ୍କର କହିବାନୁଯାୟୀ, ବାଲେଶ୍ବର ଓ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ପଦନ୍ନୋତି ପ୍ରକ୍ରିୟା ଶେଷ ହେବାକୁ ବସିଥିବାବେଳେ ମୟୂରଭଞ୍ଜ ଜିଲ୍ଲା ଗତବର୍ଷ ଭଳି ପଛରେ ରହିଯାଇଛି।

ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନେବା ସହିତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ତାଲିକା ପ୍ରକାଶିତ କରିବା ପାଇଁ ଉଭୟ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ସଂଘର କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି। ଶିକ୍ଷକ ପ୍ରତିନିଧୀ ମାନଙ୍କ ମଧ୍ୟରୁ ସଭାପତି ପ୍ରମୋଦ କୁମାର ମହାନ୍ତି, ଧୀରେନ୍ଦ୍ର ଭଞ୍ଜଦେଓ, ଅତୁଲ୍ୟ କୁମାର କୂଅଁର, ଅଜିତ ନାରାୟଣ ଭଞ୍ଜଦେଓ, ବାଢା ହେମ୍ବ୍ରମ, ଭରତ ପାତ୍ର, ସମୀର କୁମାର ଦଣ୍ଡପାଟ, ଭବାନୀ ସିଂହ, ସନାତନ ନାଏକ ଓ ତପନ ମୋଦୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe