Advertisment

ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର କଳାହାଣ୍ଡି ଶାଖା ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳିତ

Advertisment
ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର କଳାହାଣ୍ଡି ଶାଖା ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳିତ

ଧର୍ମଗଡ:  ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର କଳାହାଣ୍ଡି ଶାଖାପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ସବରେଜିଷ୍ଟର ମିଳନ ଝାଙ୍କର, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସମ୍ମାନିତ ଅତିଥି ଭାବେ ତହସିଲଦାର ହରେକୃଷ୍ଣ ବରିହା, ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ଧର୍ମଗଡ ବିଇଓ ନବକିଶୋର ସାହୁ, ଗୁରୁଦିବସ ପାଳନ କମିଟି ସଭାପତି ସତ୍ୟବାନ ପାଣିଗ୍ରାହୀ, ଆବାହକ ବିଶ୍ୱଜିତ ବେହେରା ଓ ବୈକୁଣ୍ଠ ଜାଲ,ସଂଜୀବ କୁମାର ପାଢ଼ୀ, କମିଟି ସମ୍ପାଦକ ମାର୍କଣ୍ଡ ନାଗ,ସଂଯୋଜକ ଶିବ ରାମ ସୁନାନୀ, ଶିକ୍ଷକ ଲୋକେଶ୍ୱର ପାରି ଆୟୋଜନ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରବୀନ୍ଦ୍ର କୁମାର ସେଠୀ, ଅଜିତ କୁମାର ପ୍ରଧାନ, ମନୋଜ ମେହେର, ଗୋଦାବରୀଶ ପଣ୍ଡା ଓ ପ୍ରଫୁଲ ଠାକୁର ପ୍ରମୁଖ ଉପସ୍ଥିତ ରହି ଗୁରୁଦିବସର ମୁଖ୍ୟ ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଜିଲ୍ଲାର ସମସ୍ତ ବ୍ଲକର କୃତି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷକ ପ୍ରେମଲାଲ ଜଗତ, ଚକ୍ରଧର ପ୍ରଧାନ, ଗୋଲକ ବିହାରୀ ଗିରି, କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ଭରତ ସୁନାନୀ, ରାଜେନ୍ଦ୍ର କୁମାର ଦୁରିଆ ,ବବି କର,ସୁଚିସ୍ମିତା ସାହୁ, ଗିରିଧାରୀ ସାହୁ, ସୁନିଲ କୁମାର ପଣ୍ଡା, ଅଜିତ ମେହେର, ଚିତ୍ତ ରଞ୍ଜନ କୁମାର, ରମଣୀ ରଞ୍ଜନ ଦୁର୍ଗା, ନରେନ୍ଦ୍ର ଜଗତ,ବଟ କୃଷ୍ଣ ପାତ୍ର ଓ ଜଗତା ନନ୍ଦ ସୁନାନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ ଦିନେସ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe