ଖୋର୍ଦ୍ଧା ବିଇଓ କାର୍ଯ୍ୟାଳୟରେ ଚରମ ଅବ୍ୟବସ୍ଥା; ୮ ମାସ ଧରି ନିର୍ଦ୍ଧାରିତ ସମୟରେ ଶିକ୍ଷକଙ୍କୁ ମିଳୁନି ଦରମା

Advertisment
କେନ୍ଦ୍ର ମହଙ୍ଗା ଭତ୍ତା ୪% ବୃଦ୍ଧି

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକଙ୍କ ଦରମା ପୂର୍ବ ମଙ୍କସର ୨୯ ତାରିଖ ସୁଦ୍ଧା ମିଳୁଥିବା ବେଳେ ଏକମାତ୍ର ଖୋର୍ଦ୍ଧା ବ୍ଲକରେ ଗତ ୮ ମାସ ଧରି ପ୍ରାଥମିକ ଶିକ୍ଷକଙ୍କ ଦରମା ୧୦-୧୫ ଦିନ ବିଳମ୍ବରେ ପ୍ରଦାନ କରାଯାଉଥିବା ବେଳେ ଏପ୍ରିଲ ମାସର ଦରମା ଏଯାଏଁ ପ୍ରଦାନ କରାଯାଇ ନାହିଁ ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଖୋର୍ଦ୍ଧା ବ୍ଲକ ଶାଖା ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ଏନେଇ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏନେଇ ସଂଘର କାର୍ଯ୍ୟକାରୀ ସଭାପତି ଶୁଭ୍ରାଂଶୁ ରଞ୍ଜନ ପାଲଟାସିଂହଓ ଓ ପ୍ରକାଶ ଚନ୍ଦ୍ର ମୁଦୁଲି କହିଛନ୍ତି ଯେ ଖୋର୍ଦ୍ଧା ବ୍ଲକ ବ୍ୟତୀତ ଜିଲ୍ଲାର ଅନ୍ୟସମସ୍ତ ବ୍ଲକର ପ୍ରାଥମିକ ଶିକ୍ଷକ ମାନେ ମାସର ୫ ରୁ ୧୦ ତାରିଖ ମଧ୍ୟରେ ଦରମା ପାଉଛନ୍ତି। ରାଜ୍ୟର ୩୧୩ଟି ବ୍ଲକର ପ୍ରାଥମିକ ଶିକ୍ଷକ ନିଜର ବର୍ଦ୍ଧିତ ଦରମା ନୂତନ ଇଂରାଜୀ ବର୍ଷ ପୂର୍ବରୁ ପାଇ ସାରିଥିବା ବେଳେ ଖୋର୍ଦ୍ଧା ବ୍ଲକର ୧୫୦ଜଣ ଶିକ୍ଷକ ନିଜର ବର୍ଦ୍ଧିତ ଦରମା ଜାନୁଆରୀ ୨୦୨୩ ଠାରୁ ପାଇ ନାହାଁନ୍ତି। ସେହିଭଳି ୨୦୦୫-୦୬ରେ ନିଯୁକ୍ତି ପାଇ ସହକାରୀ ଶିକ୍ଷକ ଭାବେ ଘୋଷିତ ହୋଇଥିବା ଶିକ୍ଷକଙ୍କୁ ନିୟମାନୁସାରେ ପ୍ରଥମ ଏମ୍ଏସିପି ପାଇ ନାହାଁନ୍ତି। ଅନେକ ଅନୁରୋଧ କରିବା ପରେ ମଧ୍ୟ ଏହି ଅବ୍ୟବସ୍ଥା ବଦଳି ନାହିଁ କି ବ୍ଲକ ଶିକ୍ଷାଧିକାରୀ ଏଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯଦି ଏହି ସମସ୍ୟା ଗୁଡ଼ିକର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ମାନେ ଧାରଣା ଦେବେ ଓ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ବ୍ଳକ ଓ ଜିଲ୍ଲା ପ୍ରଶାସନ ଦାୟି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe