ଶିକ୍ଷୟିତ୍ରୀ ପତ୍ନୀଙ୍କୁ ଆକ୍ରମଣ, ସ୍ବାମୀ ଗିରଫ

ଶିକ୍ଷୟିତ୍ରୀ ପତ୍ନୀଙ୍କୁ ଆକ୍ରମଣ, ସ୍ବାମୀ ଗିରଫ

AmarUjala

ବ୍ୟାସନଗର: ଯାଜପୁରରୋଡ୍‌ ଥାନା ଅନ୍ତର୍ଗତ ଖୋସାଲପୁର ଛକସ୍ଥିତ ଆମ୍ବେଦକର କଲୋନିରେ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ କାହ୍ନୁ ବାରିକକୁ ପୁଲିସ ଗିରଫ କରିଛି। ଆଜି ସକାଳେ ଶିକ୍ଷୟିତ୍ରୀ ନମିତା ବାରିକ ସ୍କୁଲକୁ ଯାଉଥିବାବେଳେ କାହ୍ନୁ ତାଙ୍କୁ ଗାଳିଗୁଲଜ କରିବା ସହ ଟେକାପଥର ମାଡ଼ କରିଥିଲା। ମମତା ପ୍ରାଣବିକଳରେ ଦୌଡ଼ି ସ୍କୁଲକୁ ପଳାଇ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ କାହ୍ନୁକୁ କାବୁକରି ଉତ୍ତମମଧ୍ୟମ ଦେବା ସହ ଯାଜପୁରରୋଡ୍‌ ପୁଲିସକୁ ହସ୍ତାନ୍ତର କରିଥିଲେ।

ପତ୍ନୀ ନମିତା ବାରିକଙ୍କ ଅଭିଯୋଗକ୍ରମେ ପୁଲିସ କେସ ନଂ ୨୭୫/୨୩ ଦଫା ୪୯୮, ୩୨୧, ୨୯୪, ୫୦୬ ରେ ମାମଲା ରୁଜୁ କରି କାହ୍ନୁକୁ କୋର୍ଟଚାଲାଣ କରାଯାଇଛି ବୋଲି ସବ୍ଇନ୍ସପେକ୍ଟର ନିର୍ମଳ ସାହୁ ସୂଚନା ଦେଇଛନ୍ତି। ନମିତା ୨୦ ବର୍ଷ ପୂର୍ବରୁ କାହ୍ନୁ ବାରିକକୁ ବିବାହ କରିଥିଲେ। ତାଙ୍କର ୧୮ବର୍ଷର ଝିଅ ଓ ୧୦ ବର୍ଷର ପୁଅ ଅଛନ୍ତି। ବିବାହ ପରେ କାହ୍ନୁ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ତେଣୁ ସେ ଛାଡ଼ପତ୍ର ନିମନ୍ତେ ଯାଜପୁର ପରିବାର ଅଦାଲତରେ ଆବେଦନ କରିଥିବା ସୂଚନା ଦେଇଛନ୍ତି। ଏବେ ନମିତା ପୁଅଝିଅଙ୍କୁ ଧରି ଘରଭଡ଼ା ନେଇ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe