କୋଟିଆ ସୀମାନ୍ତରେ ବାଘ! କୋରାପୁଟ ବନ ବିଭାଗ ସଜାଗ୍‌, ଟିମ୍‌ ମୁତୟନ

Advertisment
କୋଟିଆ ସୀମାନ୍ତରେ ବାଘ! କୋରାପୁଟ ବନ ବିଭାଗ ସଜାଗ୍‌, ଟିମ୍‌ ମୁତୟନ

Sambad

କୋରାପୁଟ: କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଫାଟୁସିନେରୀ, ହରମାଣ୍ଡିଙ୍ଗି ଓ ଫଗୁଣଶିସିନେରି ନିକଟ ଆନ୍ଧ୍ରପ୍ରଦେଶର ସୀମା ମଧ୍ୟରେ ଗତ କିଛିଦିନ ଧରି ଗୋଟିଏ ମହାବଳ ବାଘ ଆତଙ୍କ ଖେଳାଇଛି। ଆଜି କୋରାପୁଟ ବନଖଣ୍ଡ ଓ ସେମିଳିଗୁଡା ରେଞ୍ଜ ପକ୍ଷରୁ ଏହି ଅଞ୍ଚଳରେ ବନ କର୍ମଚାରୀକୁ ନେଇ ଛାନଭିନ କରାଯାଇଥିବା ଜଣାପଡିଛି। ଆନ୍ଧ୍ର ସରକାରଙ୍କ ବନ ବିଭାଗର ଅଧିକାରୀ ଏହି ସୀମାବର୍ତ୍ତି ଗ୍ରାମ ଗୁଡିକରେ ବୁଲି ଏ ପର୍ଯ୍ୟନ୍ତ ବାଘର ଆକ୍ରମଣରେ ଦୁଇଟି ଗାଈ ମୃତ୍ୟୁ ଘଟିଥିବାବେଳେ ଗୋଟିଏ ବାଛୁରୀ ଆହତ ହୋଇଥିବା ଜାଣାପଡିଛି। ଆନ୍ଧ୍ର ବନବିଭାଗ ଅଧିକାରୀ ଏହି ବାଘର ପଂଝାର ଚିହ୍ନକୁ ପରଖି ଏହା ୧୨ ସେଣ୍ଟିମିଟର୍ ବୋଲି ଜାଣିବାକୁ ପାଇଛନ୍ତି।

publive-image Sambad

ତେବେ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ପ୍ରଦେଶର ପାହାଡ଼ରେ ମହାବଳ ବାଘ ତାଣ୍ଡବ ଲୀଳା ସୃଷ୍ଟି କରିଥିବା ବେଳେ ଆନ୍ଧ୍ରପ୍ରଦେଶର ନନ୍ଦା ହାଟ ଅଞ୍ଚଳ ସୀମାରେ ରହିଥିବା ଜଣାପଡିଛି। ଏନେଇ ଡିଏଫଓ ଅମିତାରାଣୀ ରାୟ କହିଛନ୍ତି ଯେ କୋଟିଆର ସୀମାନ୍ତରେ ଏହି ଘଟଣା ଘଟିଛି। ତେଣୁ ଆମେ ଆଜି ଏକ ଟିମ୍‌ ଏହି ଅଞ୍ଜଳକୁ ପଠାଇ ତନାଘନା କରିଛୁ। ଏହାସହ ଆନ୍ଧ୍ରର ବନ ବିଭାଗ ସହ ରିତିମତ ସମ୍ପର୍କରେ ରହି କାମ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe