ବ୍ରଜରାଜନଗର: ବେଲପାହାଡ଼ ଥାନା ଅଂଚଳର ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍ ସୋମବାର ଝଣ୍ଡାପଡ଼ାର ଚମ୍ପେତ ଲୁହୁରା (୫୦) ଓ ତା’ର ପତ୍ନୀ ସୁରେଖା ଲୁହରା (୪୦)ଙ୍କୁ ଗିରଫ କରିଛି। ଏହି ଦୁଷ୍କର୍ମରେ ସୁରେଖା ସ୍ୱାମୀଙ୍କୁ ସହାୟତା କରିଥିବା ଅଭିଯୋଗ ହୋଇଛି। ଗିରଫ ପରେ ସୋମନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁରେଶ ସାହୁ ସୂଚନା ଦେଇଛନ୍ତି। ଘଟଣାଟି ଶନିବାର ଅପରାହ୍ଣ ୧ଟାରେ ଘଟିଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ପୀଡ଼ିତାର ବାପା ଥାନାରେ ଏତଲା ଦେଇଥିଲେ। ସୋମବାର ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ କରାଯାଇଛି। ଅଭିଯୁକ୍ତ ଦମ୍ପତିଙ୍କ ପ୍ରକୃତ ଘର ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ପଲାମେଘା ଗାଁରେ ବୋଲି ଜଣାପଡ଼ିଛି।
ପୁଲିସ୍ର ସୂଚନାନୁସାରେ ସଂପୃକ୍ତା ନାବାଳିକା ଶନିବାର ଦିନ ପ୍ରାୟ ୧୨ଟା ବେଳେ ଫଳ କିଣିବାକୁ ଦୋକାନକୁ ଯାଇଥିବା ବେଳେ ରାସ୍ତାରେ ଚମ୍ପେତ ତାକୁ ମାଂସ ତରକାରୀ ଖାଇବା ପ୍ରଲୋଭନ ଦେଇ ଝଣ୍ଡାପଡ଼ା ସ୍ଥିତ ନିଜ ଘରକୁ ନେଇ ଯାଇ ସେଠାରେ ଦୁଷ୍କର୍ମ କରିଥିଲା। ସୁରେଖା ସ୍ୱାମୀକୁ ସହଯୋଗ କରିଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ବୋଲି ଥାନାଧିକାରୀ ସୁରେଶ ସାହୁ କହିଛନ୍ତି। ତେବେ ଏଭଳି ଏକ ଅମାନବୀୟ ଘଟଣା ଘଟାଇବା ପରେ ଅଭିଯୁକ୍ତ ଦମ୍ପତି ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ପୀଡ଼ିତା ସେଠାରୁ ଖସି ଆସି ଅପରାହ୍ଣ ୪ଟା ବେଳେ ବାଟରେ କଲେଜରୁ ଫେରୁଥିବା ନିଜ ବଡ଼ ଭଉଣୀକୁ ଦେଖି ସବୁ କଥା କହିଥିଲା। ପରେ ସେମାନେ ଘରକୁ ଆସି ସବୁ କଥା କହିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଓ ଅନ୍ୟମାନେ ଅଭିଯୁକ୍ତଙ୍କ ଘରକୁ ଯାଇ ସେମାନଙ୍କୁ କାବୁ କରିଥିଲେ। ରାତିରେ ଥାନାରେ ଏତଲା ପରେ ପୁଲିସ୍ ଉଭୟଙ୍କୁ ଗିରଫ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us