ତହସିଲ୍‌ଦାରଙ୍କୁ ଆକ୍ରମଣ ଘଟଣାରେ ଚାର୍ଡସର ପ୍ରତିବାଦ

Advertisment
ତହସିଲ୍‌ଦାରଙ୍କୁ ଆକ୍ରମଣ ଘଟଣାରେ ଚାର୍ଡସର ପ୍ରତିବାଦ

ବାଲେଶ୍ବର: ଓଡ଼ଙ୍ଗୀ ହିଞ୍ଜିଳି ଅଞ୍ଚଳରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକାଦଶାହ କାର୍ଯ୍ୟରେ ଶତାଧିକ ଲୋକଙ୍କ ପାଇଁ ଭୋଜିରେ ଚଢ଼ାଉ ବେ‌ଳେ ସଦର ତହସିଲ୍‌ଦାର ଅନାମିକା ସିଂହ ଏବଂ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣାକୁ ଚାର୍ଡସ ସଂଘ ଦୃଢ଼ ନିନ୍ଦା କରିଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ସମ୍ପାଦିକା ସସ୍ମିତା ହରିଚନ୍ଦନ ରାଉତ ଦାବି କରିଛନ୍ତି।

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଓଡ଼ଙ୍ଗି ହିଞ୍ଜିଳି ଅଞ୍ଚଳର ରମେଶ ରାଉତ ଏକାଦଶାହ ଭୋଜିରେ ଶହ ଶହ ଲୋକଙ୍କୁ ନିମନ୍ତ୍ରଣ କରି ବିପଦ ମୁହଁକୁ ଠେଲିଲେ। ଖବରପାଇ ସଦର ତହସିଲ୍‌ଦାର ଅନାମିକା ସିଂହ ଚଢ଼ାଉ କରିବାରୁ ରମେଶ ଏବଂ ତାଙ୍କର ସମର୍ଥକମାନେ ତହସିଲ୍‌ଦାର ଓ କର୍ମଚାରୀଙ୍କୁ ଆକ୍ରମଣ କଲେ। ସ୍ଥିତି ବିଗିଡ଼ିବାରୁ ଖୋଦ୍‌ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଘଟଣାସ୍ଥଳାକୁ ଯାଇ ତଦାରଖ କଲେ। ଆଉ ଘଟଣାସ୍ଥଳରୁ ଆଇଆଇସି କ୍ଷମାସାରଗ ପଣ୍ଡା ଯାଇ ୩ ଜଣଙ୍କୁ ଗିରଫ କରି ଥାନାକୁ ଆଣିଲେ। ‌ହେଲେ ବିଳମ୍ବିତ ରାତିରେ ସେମାନଙ୍କୁ ପୁଣି ଛାଡ଼ିଦେଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଆଇଆଇସି ଅଭିଯୁକ୍ତମାନଙ୍କୁ ଛାଡ଼ିଦେବା ଜାଣିବା ପରେ ତହସିଲ୍‌ଦାର ଚେୟାରରେ ବସିନଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସେ ଗାଦିରେ ବସିବେ ନାହିଁ ବ‌ୋଲି ଜିଦ୍‌ରେ ଅଟଳ ଥିଲେ। ସେ କହିଥିଲେ ମୁଁ ସମସ୍ତ କାମ କରିବି। ହେଲେ ଚେୟାରରେ ବସିବି ନାହିଁ। କାରଣ ଯେଉଁଠି ମୁଁ ଅସୁରକ୍ଷୀତ, ଆଉ ଅପରାଧୀ ଖୋଲାମେଲା ବୁଲୁଛନ୍ତି। ଏଭଳି ସ୍ଥିତିରେ ମୁଁ ନିଜକୁ ଅସୁରକ୍ଷୀତ ମନେକରୁଛି। ତହସିଲ୍‌ଦାରଙ୍କ ପ୍ରତିବାଦ ପ୍ରଘଟ ହେବାପରେ ଉପରିସ୍ଥ ଅଧିକାରୀ ବୁଝାସୁଝା କରିଥିଲେ। ଆଉ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଗାଦିରେ ବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe