ଘୁ.ଉଦୟଗିରି: ରାଜ୍ୟ ସରକାର ଘୋଷଣା କଲେ ୯ତାରିଖ ଠାରୁ ମୁହଁରେ ମାସ୍କ ଭିଡି ବାହାରକୁ ଆସିବେ ନ ଚେତ ଜୋରିମାନା ଭରିବାକୁ ପଡିବ । କିଛି ଲୋକ ସଚେତନ ହେଲେ। ୯୦ପ୍ରତିଶତ ଲୋକ ମୁହଁରେ ମାସ୍କ ଭିଡି ବାହାରକୁ ଆସୁଥିବା ବେଳେ ୧୦ପ୍ରତିଶତ ଅମାନିଆ ଆଇନକୁ ଖିଲାପ କରିଚାଲିଛନ୍ତି। ହେଲେ ସ୍ଥାନୀୟ ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଦଣ୍ଡାଧିକାରୀ ବିଚିତ୍ରାନନ୍ଦ ନାୟକ ଘୁ.ଉଦୟଗିରି ସହରର ଜନଗହଳିପୂର୍ଣ ଗାନ୍ଧିଛଜ, ଚକରା ବିଶୋଇ ଛକରେ ରହି ମୁହଁରେ ମାସ୍କ ନ ଭିଡି ବୁଲୁଥିବା ଲୋକଙ୍କୁ ଗୋଡେଇ ଗୋଡେଇ ଧରି ଜୋରିମାନା ଆଦାୟ କରିଥିଲେ। ଖାଲି ଜରିମାନା ଆଦାୟ କରିନଥିଲେ ତା ସହ କରୋନା ବିଷୟରେ ସଚେତନ କରିଥିଲେ। ସହରର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବୁଲି ବୁଲି ସାମାଜିକ ଦୂରତା ଏବଂ ମୁଁହରେ ମାସ୍କ ନ ପିନ୍ଧିଥିଲେ ଜିନିଷ ନ ଦେବାକୁ ତାଗିଦ କରିଥିଲେ।
ମୁଁହରେ ମାସ୍କ ନ ଭିଡି ବୁଲୁଥିବା ଲୋକଙ୍କୁ ଗୋଡେଇ ଗୋଡେଇ ଧରିଲେ ତହସିଲଦାର
Advertisment
Follow Us