ଆମ୍ବ ବଗିଚା ଉଜାଡ଼ିଲା ହାତୀ

Advertisment
ଆମ୍ବ ବଗିଚା ଉଜାଡ଼ିଲା ହାତୀ

ତେଲକୋଇ: ତେଲକୋଇ ବ୍ଲକ୍‌ ଦେଉଳଡିହା ଗ୍ରାମରେ ଏକ ଗୋଠଛଡ଼ା ଦନ୍ତାହାତୀ ଓ ଏକ ତିନିଟିକିଆ ହାତୀପଲ ଉତ୍ପାତ ଜାରି ରଖିଛନ୍ତି। ୧୪ ତାରିଖ ରାତିରେ ତିନିଟିକିଆ ହାତୀପଲ ଗାଁରେ ପଶି ଆମ୍ବ ବଗିଚା ଉଜାଡ଼ିଛନ୍ତି।

ଗ୍ରାମର ସତ୍ୟାନନ୍ଦ ସାହୁ, ଦୁଷ୍ମନ୍ତ ପ୍ରଧାନ, ମହେଶ୍ୱର ପ୍ରଧାନ, ପଙ୍କଜଲୋଚନ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ବିଜୟାନନ୍ଦ ପ୍ରଧାନଙ୍କ ୪୦ରୁ ଊର୍ଦ୍ଧ୍ବ ଗଛ ଭାଙ୍ଗିଛନ୍ତି ହାତୀପଲ। ନିକଟସ୍ଥ ଦଣ୍ଡାହୁଳିରେ ଗୋଠଛଡ଼ା ଓ ବୁଲହୁଳିରେ ତିନିଟିକିଆ ହାତୀପଲ ରହିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। ଏନେଇ ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ, ତେଲକୋଇ ରେଞ୍ଜରେ ୪ଟି ହାତୀ ଅଛନ୍ତି। ସେମାନଙ୍କ ଗତିବିଦ୍ଧି ଉପରେ ନଜର ରଖାଯାଇଛି। କ୍ଷତିଗ୍ରସ୍ତ ଚାଷୀ ଆବେଦନ କଲେ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe