ଖସିଲା ପାରଦ ବଢ଼ିଲା ଶୀତ: ଘୁ.ଉଦୟଗିରିରେ ତୁଷାରପାତ

ଚଳିତ ଶୀତଋତୁରେ ଘୁ.ଉଦୟଗିରିରେ ପ୍ରଥମ ତୁଷାରପାତ ଗୁରୁବାର ଭୋରରୁ ଦେଖିବାକୁ ମିଳିଛି। ଘୁ.,ଉଦୟଗିରିର ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଏଭଳି ସ୍ଥିତି ନଜର ଆସିଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୭.୨ଡିଗ୍ରି ସହରରେ ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଏହା ୭ଡିଗ୍ରିରୁ ତଳକୁ ଖସିଛି...

Temperature fallen and winter is growing

Temperature fallen and winter is growing Photograph: (sambad.in)

ଘୁ.ଉଦୟଗିରି: ଚଳିତ ଶୀତଋତୁରେ ଘୁ.ଉଦୟଗିରିରେ ପ୍ରଥମ ତୁଷାରପାତ ଗୁରୁବାର ଭୋରରୁ ଦେଖିବାକୁ ମିଳିଛି। ଘୁ.,ଉଦୟଗିରିର ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଏଭଳି ସ୍ଥିତି ନଜର ଆସିଛି। ପାରଦ ଲଗାତାର ଖସିବାରେ ଲାଗିଛି।

ଗୁରୁବାର ସର୍ବନିମ୍ନ ତାପମାତ୍ରା ୭.୨ଡିଗ୍ରି ସହରରେ ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଏହା ୭ଡିଗ୍ରିରୁ ତଳକୁ ଖସିଛି। ପ୍ରବକ ଥଣ୍ଡାରେ ସାରା ଅଞ୍ଚଳ କମ୍ପୁଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ହାତ ଗୋଡ଼ କାଲୁଆ ମାରିଦେଉଛି। ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇ ଲୋକେ ବସୁଥିବା ଦେଖିବାକୁ ମିଳୁଛି।

Dence Fog
Dense Fog Photograph: (sambad.in)

ସହରରେ ପ୍ରବଳ ଥଣ୍ଡା ପଡିବା ଦେଖି ଏନଏସି ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ରାତ୍ରିକାଳୀନ ଆଶ୍ରୟ ସ୍ଥଳ କରାଯାଇଛି।

ଚଳିତ ଶୀତଋତୁରେ ଶୀତର ଲୁଚକାଳି ଖେଳ ଲାଗିଛି। ପାରଦ ଉପର ତଳ ହେବାରେ ଲାଗିଛି। କେତେବେଳେ ମେଘୁଆ ପାଗ ତ କେତେବେକେ ବର୍ଷା। ଗତକାଲି ସର୍ବନିମ୍ନ ତାପମାତ୍ରା ୯.୨ଡିଗ୍ରି ଥିବା ବେଳେ ଗୁରୁବ‌ାର ତାପମାତ୍ରା ଖସିଯିବା ପରେ ଥଣ୍ଡା ସମସ୍ତଙ୍କୁ ବେହାଲ କରିଦେଇଛି।

Snowfall at G.Udayagiri
Snowfall at G.Udayagiri Photograph: (sambad.in)

ଅଧିକ ପଢ଼ନ୍ତୁ: ସରୋଜ ମୋ ସ୍ବାମୀ, ତାଙ୍କ ଦେଖାଶୁଣା ପାଇଁ ଜାମିନ ଜରୁରୀ: ହଂସିତା

ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଥଣ୍ଡା ଅନୁଭବ ହେଉଛି।ଥଣ୍ଡା ସାଙ୍ଗକୁ କାଲୁଆ ପବନ ଘାଇଲା କରୁଛି। ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳ କୁହୁଡ଼ିର ଚାଦର ତଳେ ଥିବା ଭଳି ଅନୁଭବ ହେଉଛି।

ରାସ୍ତାରେ ଘନ କୁହୁଡ଼ି ଯୋଗୁ ଯାତାୟତରେ ସମସ୍ୟା ଉପୁଜୁଛି। ସମ୍ମୁଖ ରାସ୍ତା ଦେଖାଯାଉ ନଥିବା ଯୋଗୁ ଯାତାୟତ କରୁଥିବା ଗାଡି ଚାଳକମାନେ ସତର୍କତା ସହ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ଦିନରେ ବି ଶୀତର ପ୍ରକୋପ ଅନୁଭୁତ ହେଉଛି।

ଅଧିକ ପଢ଼ନ୍ତୁ: ସକାଳେ ସରିଲା ନିର୍ବନ୍ଧ ମଧ୍ୟାହ୍ନରେ ଜୀବନ ହାରିଲେ ଯବାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe