Telangana Today
ବାରିପଦା: ଦୁଇ ଦିନ ପ୍ରଚଣ୍ଡ ତାତିରେ ଜଳାଇବା ପରେ ଆଜି ଜିଲ୍ଲା ସଦର ମହକୁମା ବାରିପଦାରେ ତାପମାତ୍ରା ୧.୪ ଡିଗ୍ରି ହ୍ରାସ ପାଇ ୪୨.୨ ଡିଗ୍ରିରେ ପହଞ୍ଚିଛି। ବାରିପଦାରେ ତାପମାତ୍ରା ଗତ ମାସ ୩୦ରେ ସର୍ବାଧିକ ୪୪.୬ ଡିଗ୍ରୀ ଛୁଇଁଥିଲା। ପୂର୍ବ ଦୁଇ ଦିନ ତୁଳନାରେ ଆଜି ଗରମ ସାମାନ୍ୟ ହ୍ରାସ ପାଇଥିଲା । ତଥାପି ତାତି ଜାରି ରହିଥିଲା ।
ମଧ୍ୟାହ୍ନ ସମୟରେ ଗରମରୁ ତ୍ରାହି ପାଇବା ପାଇଁ ଜନସାଧାରଣ ନିରାପଦ ସ୍ଥାନ ଦେଖି ଛାଇରେ ଆଶ୍ରୟ ନେଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ବିଳମ୍ବରେ ହେଲେ ମଧ୍ୟ ଆଜି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନମାନଙ୍କରେ ଜଳଛତ୍ର ଖୋଲିଛି।
Follow Us