ଗୁରୁବାରଠାରୁ ଖୋଲିବ କଟକର ଧର୍ମାନୁଷ୍ଠାନ

Advertisment
ଦିନକ ପରେ ନବରାତ୍ର; ଚଳଚଞ୍ଚଳ ଶକ୍ତିପୀଠ

Sambad

କଟକ:  ଆସନ୍ତା କାଲିଠାରୁ ସହରର ସମସ୍ତ ଧର୍ମାନୁଷ୍ଠାନ  ଗୁଡିକ କରୋନା କଟକଣା ମଧ୍ୟରେ ଖୋଲିବା ପାଇଁ ମହାନଗର ନିଗମ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। କରୋନା ମହାମାରୀ ପାଇଁ ଗତ ବର୍ଷ ମାର୍ଚ୍ଚ ୨୦ ତାରିଖରୁ ସହରର ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକୁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା ଲଗାଯାଇଥିଲା । ଦୀର୍ଘ ୯ ମାସ ୧୭ ଦିନ ପରେ ସହରର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ପାଳନ କରି ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ବାର ଆଦି ଧାର୍ମିକ ସ୍ଥାନ ଗୁଡିକ ଖୋଲାଯିବ। ମହାମାରୀକୁ ଦେଖି ଧାର୍ମିକ ଅନୁଷ୍ଠାନକୁ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ୧୦ ବର୍ଷରୁ କମ ବୟସର ପିଲା, ଗର୍ଭବତୀ ମହିଳା ଓ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଆସିବା ଊପରେ ସିଏମସି ପକ୍ଷରୁ ବାରଣ କରାଯାଇଛି। ଧାର୍ମିକ ଅନୁଷ୍ଠାନଙ୍କ ପକ୍ଷରୁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ଆଦି ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଟୋକନ ବ୍ୟବସ୍ଥା କରିବେ। ଶ୍ରଦ୍ଧାଳୁଙ୍କୁ ସାମାଜିକ ଦୂରତ୍ବ ନିୟମ ମାନି ଧାଡିରେ ଛିଡା ହେବାକୁ କୁହାଯାଇଛି।

ସହରରେ ଦୀର୍ଘ ଦିନପରେ ଧାର୍ମିକ ଅନୁଷ୍ଠାନ ଖୋଲୁଥିବା ବେଳେ ସବୁ ସ୍ଥାନରେ କୋଭିଡ୍‌ ଗାଇଡ଼ଲାଇନ୍‌କୁ କଡ଼ିକଡି ଭାବେ ପାଳନ କରିବାକୁ କୁହାଯାଇଛି। ସିଏମସିର ୱାର୍ଡ ଅଧିକାରୀ ଓ ଏନ୍‌ଫୋର୍ସମେଣ୍ଟ ଟିମ ସହରର ସମସ୍ତ ଧାର୍ମିକ ଅନୁଷ୍ଠାନର କମିଟି, ପୂଜକ, ପାଳକ ଆଦିଙ୍କୁ କରୋନା ନିୟମ ବିଷୟରେ ସୂଚନା ଦେବା ସହିତ ଏହା କିପରି ସଠିକ ଭାବେ ପାଳନ କରାଯିବ ଏହା ଉପରେ ଆଲୋଚନା କରିବାକୁ ସିଏମସି ପକ୍ଷରୁ କୁହାଯାଇଛି। ଧର୍ମାନୁଷ୍ଠାନ ଗୁଡିକରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ନୋଟିସ୍‌ ଜାରି କରାଯାଇ ସେଥିରେ କୋଭିଡ୍‌ ଗାଇଡ୍‌ଲାଇନ୍‌ର ସୂଚନା ଦେବାକୁ କୁହାଯାଇଛି।  ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପୂର୍ବରୁ ସେମାନଙ୍କ ଦେହର ତାପମାତ୍ରା ମାପିବା, ଭକ୍ତ ବା ଶ୍ରଦ୍ଧାଳୁ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ନିୟମ ପାଳନ କରିବା, ହାତକୁ ବାରମ୍ବାର ସାନିଟାଇଜ୍‌ କରିବା, ଧାର୍ମିକ ଅନୁଷ୍ଠାନ ପରିସର ମଧ୍ୟରେ ଓ ବାହାରେ ଛେପ ପକାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଯଦି କୌଣସି ବ୍ୟକ୍ତି ଏହାକୁ ପାଳନ ନ କରେ ତେବେ ତାଙ୍କୁ ଆର୍ଥକ ଦଣ୍ଡ ସହ ନିୟମ ଅନୁସାରେ ତାଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରି ନିୟମ ପାଳନ କରିବାକୁ କୁହାଯାଇଛି। ଏହା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ହାତ ଓ ଗୋଡ ଧୋଇବା ପାଇଁ ବ୍ୟବହାର ହେଉଥିବା ପାଣି କୁଣ୍ଡ ଉପରେ ବାରଣ ଲଗାଯାଇଛି। ସେଗୁଡିକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖିବାକୁ ସିଏମସି ପକ୍ଷରୁ କୁହାଯାଇଛି।  ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଟୋକନ ବ୍ୟବସ୍ଥା କରାଯିବ। ଅନୁଷ୍ଠାନ ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ଯେପରି ୬ଫୁଟ ବ୍ୟବଧାନ ରହିବ ଏଥିପାଇଁ ସମାଜିକ ଦୂରତ୍ବ ଚିହ୍ନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe