Holidify
ବାରିପଦା : ଆସନ୍ତା ଜାନୁୟାରୀ ୫ରୁ ମୟୂରଭଞ୍ଜ ଜିଲ୍ଲାରେ ଥିବା ସମସ୍ତ ମଠ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଆଜି ସୂଚନା ଦେଇଛନ୍ତି । ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ୫ରୁ ଭକ୍ତଙ୍କ ପାଇଁ ଜିଲ୍ଲାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ତେବେ ଭକ୍ତଙ୍କ ଦର୍ଶନ କରୋନା କଟକଣା ମଧ୍ୟରେ ହିଁ ସମ୍ପନ୍ନ ହେବ। କିଭଳି ଏବଂ କେଉଁ ଢଙ୍ଗରେ ଦର୍ଶନ ବ୍ୟବସ୍ଥା ହେବ ସେନେଇ ବିସ୍ତୃତ ଯୋଜନା ଏବଂ ମାର୍ଗଦର୍ଶିକା ନୂଆବର୍ଷରେ ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲାରେ ଆନନ୍ଦର ବାତାବରଣ ଖେଳିଯାଇଛି। ମନ୍ଦିର ଖୋଲିବା ନିଷ୍ପତ୍ତିରେ ରାଜ୍ୟ ସେବାୟତ ସଂଘ ସଭାପତି କାମେଶ୍ବର ତ୍ରିପାଠୀ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି। ଏପରି ହେଲେ ଆସନ୍ତା ବର୍ଷ ଆରମ୍ଭରୁ ଭକ୍ତମାନେ ଶ୍ରୀହରିବଳଦେବଜୀଉଙ୍କ ସମେତ ମା କୀଚକେଶ୍ବରୀ, ମା ଅମ୍ବିକା ଏବଂ ଅନ୍ୟାନ୍ୟ ଦେବାଦେବୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। ଉଲ୍ଲେଖଯୋଗ୍ୟଯେ କରୋନା କାରଣରୁ ପ୍ରାୟ ୯ମାସରୁ ଊର୍ଧ୍ବ ହେବ ଭକ୍ତଙ୍କ ପାଇଁ ମଠ ମନ୍ଦିର ଦର୍ଶନ ବନ୍ଦ ରହିଛି।
Follow Us