ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ମାମଲା: ୪ ନାବାଳକ ସମେତ ୧୦ ଗିରଫ, ୩ ଫେରାର

ସୁନ୍ଦରଗଡ଼/ରାଉରକେଲା: ବୀରମିତ୍ରପୁର, ହେମଗିରି ଓ ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଚଳିତ ମାସ ଘଟିଥିବା ୩ଟି ଭିନ୍ନ ଭିନ୍ନ ଦୁଷ୍କର୍ମ ଘଟଣାରେ ସୁନ୍ଦରଗଡ଼ ପୁଲିସ ୪ ଜଣ ନାବାଳକ ସମେତ ୧୦ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା ବୁଧବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ସେ କହିଛନ୍ତି, ଏବେ ବି ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ସୂଚନାଯୋଗ୍ୟ ଗତ ୮ ତାରିଖ ୧୦ ଜଣ ଅଭୁଯୁକ୍ତ ବୀରମିତ୍ରପୁର ଥାନା କୁଆଁରମୁଣ୍ଡାରେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ମାନେ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ କରି ଭାଇରାଲ କରିଥିଲେ। ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି ବୋଲି ଏସପି ସୂଚନା ଦେଇଛନ୍ତି। ଏହି ଘଟଣାରେ ୩ ଜଣ ଫେରାର ଥିବା ବେଳେ ପୁଲିସ ଜଟିଆ ଓରାମ, ଅମିତ ଓରାମ ଓ ଶଙ୍କର ଓରାକକୁ ଗିରଫ କରିଛି।

publive-image

ସେହିପରି ଅନ୍ୟ ଏକ ନାବାଳିକା ଦୁର୍ଷ୍କମ ଓ ହତ୍ୟା ଘଟଣାରେ ହେମଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ଅଭିଯୁକ୍ତକୁ କୁଲଦୀପ୍‌କୁ ପୁଲିସ ଗିରଫ କରିଛି। କୁଲଦୀପ୍‌ ଗୋପାଳପୁର ଅଚଂଳରେ ଏମସିଏଲ କୋଇଲା ଖଣିର ପାଣି ଟ୍ୟାଙ୍କରରେ କାମ କରୁଥିଲା। କାମ କରିବା ସମୟରେ ସେ ନାବାଳିକା ସଂସ୍ପର୍ଶରେ ଆସିଥିଲା ଏବଂ ପରେ ଉଭୟଙ୍କ ମଧ୍ୟରେ ଫୋନ ଯୋଗେ କଥାବାର୍ତ୍ତା ଚାଲିଥିଲା । ଘଟଣା ଦିନ ଅଭିଯୁକ୍ତ କୁଲଦୀପ ନାବାଳିକାକୁ ଫୋନ ଯୋଗେ ନିକଟସ୍ଥ ଜଙ୍ଗଲକୁ ଡ଼ାକିଥିଲା। ସେଠାରେ ନାବାଳିକାକୁ ଦୁଷ୍କର୍ମ କରିବା ସହ ତାକୁ ହତ୍ୟା କରି ଫେରାର ହୋଇଥିଲା। ନାବାଳିକାର କଲ ରେକର୍ଡ଼ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ରାଜଗାଙ୍ଗପୁର ନାବାଳିକା ଦୁଷ୍କର୍ମ ଘଟଣା ସହିତ ସଂପୃକ୍ତ ରମେଶ ଏକ୍କା ଓ ମୁକେଶ ଏକ୍କାକୁ ପୁଲିସ ଗରିଫ କରିଛି। ଉଭୟ ଅଭିଯୁକ୍ତ ଗତ ୨୦ ତାରିଖ ଦିନ ୧୭ ବର୍ଷୀୟ ନାବାଳିକା ସିଲେଇ କେନ୍ଦ୍ରରୁ ଫେରୁଥିବା ବେଳେ ଅପହରଣ ହୋଇଥିଲେ। ଅଭିଯୁକ୍ତମାନେ ପାହାଡତୋଳି ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ଏବାବଦରେ ଜୁଲାଇ ୨୨ରେ ଥାନାରେ ଅଭିଯୋଗ ହୋଇଥିଲା। ଏସ୍‌ଆଇ ମିଲି ସାହୁ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe