ମହୁମାଛି ଆକ୍ରମଣରେ ୧୦ ଆହତ

Advertisment
ମହୁମାଛି ଆକ୍ରମଣରେ ୧୦ ଆହତ

Sambad

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ସମ୍ମୁଖରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ମହୁମାଛି ଆକ୍ରମଣରେ ୧୦ ଜଣରୁୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ଆଜି ଶନିବାର ଥିବାରୁ ନିକଟ ଶନି ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହା ସହିତ ବ୍ଲକ୍ କାର୍ଯ୍ୟାଳୟକୁ ମଧ୍ୟ ଅନେକ ଲୋକ କାମରେ ଆସିଥିଲେ।

ଏହ‌ି ସମୟରେ ହଠାତ୍‌ ନିକଟ ଗଛରେ ଥିବା ପ୍ରାୟ ୬ଟି ବସାରୁ ମହୁମାଛି ମାନେ ଉଡ଼ିଆସି ଲୋକଙ୍କୁ ଆକ୍ରମଣ କରିଥିଲେ। ଆହତମାନେ ସ୍ଥାନୀୟ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe