ସମ୍ବଲପୁରରେ ବେଆଇନ୍‌ କୋରେକ୍ସ କାରବାର, ୧୦ ଗିରଫ, ୨୭୮ ବୋତଲ କୋରେକ୍ସ ଜବତ

Advertisment
ସମ୍ବଲପୁରରେ ବେଆଇନ୍‌ କୋରେକ୍ସ କାରବାର, ୧୦ ଗିରଫ, ୨୭୮ ବୋତଲ କୋରେକ୍ସ ଜବତ

ସମ୍ବଲପୁର: ବେଆଇନ୍‌ କୋରେକ୍ସ କାରବାର ଉପରେ ଲଗାମ୍‌ ଦେବାକୁ ସ୍ପେସାଲ ସ୍କ୍ଵାଡ୍‌ ଟାଉନ୍‌ ଥାନା ଓ ଧନୁପାଲି ପୁଲିସ୍‌ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର କୋରେକ୍ସ, ଅପମିଶ୍ରିତ ସିରପ୍‌ ଓ ନିଶା ବଟିକା ଜବତ କରାଯାଇଛି। ଏହାସହିତ ୧୦ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଏସମ୍ପର୍କରେ ଉଭୟ ଥାନାରେ ୪ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ଟାଉନ୍‌ ଥାନା ଗୁରୁଦ୍ଵାରାପଡ଼ାର ସୋନୁ ଦୀପ(୧୯), ଠେଲକୋପଡ଼ାର ଗୋବିନ୍ଦ ମୁଖୀ(୨୦), ସାହୁ କଲୋନିର ଶଙ୍କର ସିଂ(୩୦), ବାଲିବନ୍ଧାର ନେପାଲ ମେହେର(୨୮), ଦଳାଇପଡ଼ାର ଅର୍ମି ଖାନ୍‌(୨୫), ଧନୁପାଲି ଥାନା ଦଳେଇପଡ଼ାର ଜକି କୁମାର(୨୭), ପେନ୍‌ସନ୍‌ ପଡ଼ାର ଏସ୍କେ ରିୟାଜ(୨୬), ସୁନାପାଲିର ଏମ୍‌ଡି ମୋକିଲ(୨୮), ରାଜା ନଗରର ସାହିଲ୍‌ ଖାନ୍‌(୨୩) ଓ ସଦର ଥାନା ଧନକଉଡ଼ାର ରାଜୀବ ବାଦି(୨୧)। ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍‌ ୨୭୮ ବୋତଲ କୋରେକ୍ସ, ୪୪୦ଟି ନିଶା ବଟିକା, ୩.୩ ଲିଟର ଅପମିଶ୍ରିତ ସିରପ୍‌ ଓ ପେପର ଗ୍ଲାସ୍‌ ଜବତ କରାଯାଇଛି।

ରବିବାର ସ୍ପେସାଲ ସ୍କ୍ଵାଡ୍‌ ଓ ସମ୍ବଲପୁର ପୁଲିସ୍‌ର ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ କୋରେକ୍ସ ଜବତ କରିବା ସାଙ୍ଗକୁ ୧୦ ଜଣଙ୍କୁ ଗିରଫ କରିଛି। ମାତ୍ର ଏଥର ମଧ୍ୟ ହାତ ଗଣତି କିଛି ବ୍ୟବସାୟୀ ପୁଲିସ୍‌ ହାତରେ ଧରା ପଡ଼ିଥିବା ସମୟରେ ମାଫିଆମାନେ ଖସି ଯାଇଥିବା ଖୋଦ୍‌ ପୁଲିସ୍‌ ସ୍ୱୀକାର କରିଛି। ଉକ୍ତ ମାଫିଆଙ୍କୁ ଧରିବା ପାଇଁ ପୁଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିବା ପ୍ରେସ୍‌ ବିବୃତି ଯୋଗେ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe