ବିନା ରୟାଲଟିରେ ବାଲି ଚାଲାଣ ବେଳେ ଧରା ପଡ଼ିଲା ଟିପର୍; ୧୦ହଜାର ଟଙ୍କା ଜରିମାନା

Advertisment
ବିନା ରୟାଲଟିରେ ବାଲି ଚାଲାଣ ବେଳେ ଧରା ପଡ଼ିଲା ଟିପର୍; ୧୦ହଜାର ଟଙ୍କା ଜରିମାନା

Sambad

ଜୟପୁର: ବିନା ରୟାଲଟିରେ ବାଲି ନେଇ ଯାଉଥିବା ବେଳେ ଜୟପୁର ତହସିଲ କର୍ମଚାରୀଙ୍କ ହାତରେ ଧରା ୧୦ହଜାର ଟଙ୍କାର ତଣ୍ଡ ଗଣିଥିବା କହିଛନ୍ତି ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ। ନବରଙ୍ଗପୁର ଜିଲ୍ଲାରୁ ଏହି ବାଲି କୋରାପୁଟ ଦେଇ ଆନ୍ଧ୍ର ଯାଉଥିବା ତହସିଲ କର୍ମଚାରୀ ମାନେ ଯାଂଚ ବେଳେ ଜାଣିବାକୁ ପାଇଥିଲେ। ଏପରିକି ଗତକାଲିର ରୟଲଟି ଫର୍ମରେ ତାରିଖ ବଦଳାଇ ବାଲି ଚାଲାଣ କରୁଥିବା ଯାଂଚ ବେଳେ ଜଣାପଡ଼ିଥିଲା।

publive-image Sambad

ପୁପୁଗାଁ ତହସିଲର ଆରଆଇ ଗୁପ୍ତ ତ୍ରିପାଠୀ, ଏଆରଆଇ ଶଙ୍କର ଭତ୍ରା, ରାଣୀଗଡ଼ ଏଏସ୍ଆ‌ଇ ରୁଦ୍ର ମାଝୀ ପ୍ରମୁଖ ଏହି ଚଢ଼ାଉରେ ଭାଗ ନେଇଥିଲେ। ୮ଟି ଟିପରକୁ ଯାଂଚ କରିବାରେ ଗୋଟିଏ ଟିପରର ରୟଲଟି କାଗଜପତ୍ର ନଥିବା ଏବଂ ଏହାକୁ ଟ୍ୟାମ୍ପରିଂ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଥିବାରୁ ବାଲି ମାଫିଆ ମାନେ ସଂଧ୍ୟା, ରାତି ଏବଂ ଭୋର ସମୟରେ ଚାଳାଣ କରୁଥିବାରୁ ଏହି ସମୟରେ ଯାଂଚ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe